୨୬ ବର୍ଷ ସାନ ଅଙ୍କିତାଙ୍କୁ ବିବାହ ପୂର୍ବରୁ ଆଉ କେତେଜଣ ଅଭିନେତ୍ରୀଙ୍କ ସହ ମିଲିନ୍ଦଙ୍କର ଥିଲା ରିଲେଶନ

ମୁମ୍ବାଇ: ଲକ୍ଷେ ଦିଲର ଧଡକନ ଦେଶର ‘ଆଇନ ମ୍ୟାନ’ ମିଲିନ୍ଦ ସୋମନ ତାଙ୍କର ୫୭ତମ ଜନ୍ମଦିନ ପାଳନ କରୁଛନ୍ତି । ବୟସକୁ ଏକ ନମ୍ବର ବୋଲି ଧରିନେଇଥିବା ମିଲିନ୍ଦଙ୍କ ଫିଟନେସର ଅନେକ ପ୍ରଶଂସକ ରହିଛନ୍ତି । ହେଲେ ଯୁବତୀମାନଙ୍କ ମଧ୍ୟରେ ତାଙ୍କ ପପୁଲାରିଟି ଖୁବ୍ ଅଧିକ । ଫିମେଲ ଫ୍ୟାନ୍ସଙ୍କ ସହ ମଡେଲ ଓ ଅଭିନେତ୍ରୀମାନେ ବି ମିଲିନ୍ଦଙ୍କ ପ୍ରେମରେ ପାଗଳ । ଏବେ ଯଦିଓ ମିଲିନ୍ଦ ବିବାହ କରି ନେଇଛନ୍ତି ହେଲେ ଏହା ପୂର୍ବରୁ ସେ କେତେଜଣ ଅଭିନେତ୍ରୀଙ୍କ ସହ ରିଲେସନଶିପରେ ରହିଥିବା କୁହାଯାଏ ।
ଏହି କ୍ରମରେ ପ୍ରଥମେ ଆସୁଛନ୍ତି ମଧୁ ସପ୍ରେ । ମଧୁ ମିସ ୟୁନିଭର୍ସ ପେଜେଣ୍ଟ ୧୯୯୨ରେ ସେକେଣ୍ଡ ରନର୍ସ ଅପ୍ ରହିଥିଲେ । ସେ ସମୟରେ ତାଙ୍କର ମିଲିନ୍ଦଙ୍କ ସହ ରିଲେସନଶିପକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା । ଏମାନେ ଲିଭଇନରେ ରହିବା ସହ ପରେ ଉଭୟ ଏହାକୁ ସ୍ୱୀକାର ବି କରିଥିଲେ । ଏମାନେ ଏକାଠି କିଛି ପ୍ରୋଜେକ୍ଟରେ କାମ କରିବା ସହ ଏକ ଫ୍ୟାଶନ କ୍ୟାମ୍ପେନ ପାଇଁ ନ୍ୟୁଡ ପୋଜ ଦେଇ ଉଭୟ ଆସିଥିଲେ ବିବାଦକୁ । ଏହାପରେ ୧୯୯୫ରେ ଏମାନେ ଅଲଗା ହୋଇଯାଇଥିଲେ ।
ଫିଲ୍ମ ବୈଲି ଅଫ ଫ୍ଲାୱାର୍ସର ସେଟ୍‌ରେ ମିଲିନ୍ଦ ସୋମନଙ୍କ ସାକ୍ଷାତ୍ ମିଲେନେ ଜାମ୍ପୋନୋଇଙ୍କ ସହ ହୋଇଥିଲା । ଏହାପରେ ଉଭୟ ପ୍ରେମରେ ପଡି ୨୦୦୬ରେ ବିବାହ କରି ନେଇଥିଲେ । ଗୋଆରେ ଏମାନେ ବିବାହ କରିବା ପରେ ଏକାଠି ରହିଥିଲେ । ହେଲେ ପରେ ସ୍ଥିତି ବିଗିଡିବାରୁୁ ୨୦୦୯ରେ ଏମାନଙ୍କର ତଲାକ ହୋଇଯାଇଥିଲା ।
କେବଳ ଏତିକି ନୁହେଁ ଶାହାନା ଗୋସ୍ୱାମୀ, ଦୀପାନିତା ଶର୍ମା ଓ ଗୁଲ ପନାଗଙ୍କ ସହ ମଧ୍ୟ ମିଲିନ୍ଦଙ୍କ ରିଲେଶନ ଥିବା କୁହାଯାଏ । ଶେଷରେ କିନ୍ତୁ ନିଜଠାରୁ ୨୬ ବର୍ଷ ସାନ ଅଙ୍କିତାଙ୍କୁ ବିବାହ କରି ବେଶ କିଛିଦିନ ହେବ ସୁଖର ସଂସାରରେ ବ୍ୟସ୍ତ ଅଛନ୍ତି ମିଳିନ୍ଦ ସୋମନ । ୨୦୧୮ରେ ଏମାନଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିବା ବେଳେ ଏମାନେ କିନ୍ତୁ ସ୍ପଷ୍ଟ କରିଥିଲେ କି ବୟସ ତାଙ୍କ ପାଇଁ କେବଳ ଏକ ନମ୍ବର । ଏହା ତାଙ୍କ ପାରିବାରିକ ଜୀବନରେ ଆଦୌ ବାଧା ସୃଷ୍ଟି କରିବ ନାହିଁ ।

Share