ପ୍ରେମ କରୁଛି ମାନେ ତୁମ ସହ ତୁମ ଅତୀତ ବି ମୋର…

ବମ୍ବେ: ମଡେଲିଂ ହେଉ ଅଥବା ଫିଟନେସ୍‌, ଆଜିର ଯୁବପିଢ଼ିଙ୍କୁ ପ୍ରେରଣା ଦେଇ ଆସୁଛନ୍ତି ଅଭିନେତା ମିଲିନ୍ଦ ସୋମେନ। ଆଜି ଅର୍ଥାତ ନଭେମ୍ବର ୪ରେ ସେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ଏବେ ୫୫ ବର୍ଷର ହୋଇଛନ୍ତି ମିଲିନ୍ଦ। ଏହି ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ବିଶେଷକରି ସ୍ତ୍ରୀ ଅଙ୍କିତା କୋଭରଙ୍କ ଶୁଭେଚ୍ଛା ବାର୍ତ୍ତା ସମସ୍ତଙ୍କ ମନ କିଣୁଛି।
ସୁପରମଡେଲ ମିଲିନ୍ଦ ୨୦୧୮ରେ ଅଙ୍କିତାଙ୍କୁ କରିଥିଲେ ବିବାହ। ବୟସରେ ୨୬ ବର୍ଷ ସାନ ସେ। ଅତ୍ୟଧିକ ବୟସାଗତ ପାର୍ଥକ୍ୟ ଥିବା ଯୋଗୁ ଏହି ବିବାହ ଚର୍ଚ୍ଚାରେ ରହିଥିଲା।

ଏକ ନାଇଟକ୍ଲବରେ ଅଙ୍କିତାଙ୍କୁ ଭେଟିଥିଲେ ମିଲିନ୍ଦ। ପ୍ରଥମ ଦେଖାରେ ପରସ୍ପରଠାରୁ ନଜର ହଟାଇପାରି ନ ଥିଲେ ଉଭୟ। ସାହସ ଜୁଟାଇ ଅଙ୍କିତା ମିଲିନ୍ଦଙ୍କୁ ନାଚିବା ପାଇଁ ଡାକିଥିଲେ। ମିଲିନ୍ଦ ହଁ ଭରିଥିଲେ। ଏହାପରେ ଅନେକ ସମୟ ଧରି ସେମାନେ କ୍ଲବରେ ନାଚିଥିଲେ। ଶେଷରେ ଫୋନ୍‌ ନଂ ଅଦଳବଦଳ ହୋଇଥିଲା।

ସେତେବେଳେ ଆଉଜଣଙ୍କୁ ଭଲପାଉଥିଲେ ଅଙ୍କିତା। ହେଲେ କିଛିଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଭାଙ୍ଗି ପଡ଼ିଥିଲେ ସେ। ମିଲିନ୍ଦଙ୍କୁ ଫୋନ୍‌ରେ ପ୍ରେମିକଙ୍କୁ ଭୁଲିପାରୁ ନ ଥିବା କହିଥିଲେ ସେ। ଅପରପକ୍ଷେ ମିଲିନ୍ଦ ଅଙ୍କିତାଙ୍କ ପ୍ରେମରେ ପଡ଼ିଥିବା କହିଥିଲେ। ଯଦି ମୁଁ ତୁମ ପ୍ରେମରେ ପଡ଼ିଛି ତେବେ ତୁମର ସବୁକିଛିକୁ ମୁଁ ପ୍ରେମ କରେ ବୋଲି କହିଥିଲେ। ଉଭୟ ମିଶି ଏହି ପରିସ୍ଥିତି ସହ ଲଢ଼ିବା ବୋଲି କହିଥିଲେ। ତାହା ହିଁ ହୋଇଥିଲା। ୨୦୧୮ରେ ମିଲିନ୍ଦ ଅଙ୍କିତାଙ୍କୁ ମରାଠି ରୀତିନୀତିରେ ବିବାହ କରିଥିଲେ।

Share