ଜନ୍ମଦିନରେ ନଗ୍ନ ଫଟୋ ଶେୟାର କରି ଚର୍ଚ୍ଚାରେ ଏହି ପ୍ରସିଦ୍ଧ ଅଭିନେତା

ଜନ୍ମଦିନରେ ନିଜର ନଗ୍ନ ଫଟୋ ଶେୟାର କରି ଚର୍ଚ୍ଚାରେ ରହିଛନ୍ତି ବଲିଉଡ ଅଭିନେତା ତଥା ମଡେଲ ମିଲିନ୍ଦ ସୋମନ। ନଭେମ୍ବର ୪ରେ ମିଲିନ୍ଦ ନିଜର ୫୫ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ସେ ନିଜର ଏକ ନଗ୍ନ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି ଯେ, ହ୍ୟାପି ବାର୍ଥଡେ ଟୁ ମି। ଏହି ଫଟୋ ତାଙ୍କ ପତ୍ନୀ ଅଙ୍କିତା କୁଅଁର ଉଠାଇଛନ୍ତି । ଫଟୋରେ ମିଲିନ୍ଦ ଏକ ବିଚ କୂଳରେ ନଗ୍ନ ହୋଇ ଦୌଡୁ ଥିବା ଦେଖାଯାଇଛି। ବର୍ତ୍ତମାନ ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

Share