ଅମିରଙ୍କୁ ସମର୍ଥନ କଲେ ମିଲିନ୍ଦ ସୋମାନ

ଅମିର ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଲାଲ୍‌ ସିଂ ଚଡ୍ଡା’ ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବ। ହେଲେ ରିଲିଜ୍‌ ହେବାର କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଫିଲ୍ମକୁ ବୟକଟ କରିବାକୁ ଦାବି ଜୋର ଧରିଥିଲା। ଏହାକୁ ନେଇ ଅଭିନେତାଙ୍କୁ ଚିନ୍ତାରେ। ସେ କହିଛନ୍ତି, ମୁଁ ଦୁଃଖିତ ଯେ, କିଛି ଲୋକ ବିଶ୍ୱାସ କରନ୍ତି ମୁଁ ଜଣେ ଯିଏ ଭାରତକୁ ପସନ୍ଦ କରେ ନାହିଁ। କିନ୍ତୁ ଏହା ଅସତ୍ୟ ଅଟେ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଦୟାକରି ଫିଲ୍ମକୁ ବୟକଟ୍‌ ନ କରି ଫିଲ୍ମ ଦେଖନ୍ତୁ ବୋଲି ସେ କହିଛନ୍ତି। ବର୍ତ୍ତମାନ ଇଣ୍ଡଷ୍ଟ୍ରି ଅଭିନେତାଙ୍କ ସମର୍ଥନରେ ବାହାରିବାକୁ ଲାଗିଲେଣି। ଯେଉଁଥିରେ ଅଭିନେତା ମିଲିନ୍ଦ ସୋମାନ ପ୍ରଥମରେ ଅଛନ୍ତି। ଫିଲ୍ମକୁ ସମର୍ଥନ ଜଣାଇବା ଏବଂ ଟ୍ରୋଲକୁ ଦୁର୍ବଳ କରିବା ପାଇଁ ମିଲିନ୍ଦ ମଙ୍ଗଳବାର ଟୁଇଟ୍‌ କରି କହିଛନ୍ତି ଯେ, ଟ୍ରୋଲ ଏକ ଭଲ ଫିଲ୍ମକୁ ଅଟକାଇପାରିବ ନାହିଁ। ଫିଲ୍ମ ‘ପିକେ’ରେ ହିନ୍ଦୁ ଦେବତାଙ୍କୁ ଅପମାନିତ କରିଥିବା ଅଭିଯୋଗରେ ଅନେକ ତାଙ୍କୁ ଟାର୍ଗେଟ କରିଥିଲେ। ଏହାକୁ ନେଇ ମଧ୍ୟ ବୟକଟ୍‌ ଦାବି ହୋଇଥିଲା।

Share