ବଲିଉଡ୍‌ରେ ବଢ଼ୁଛି କରୋନା କାୟା: ଆମିର-କାର୍ତ୍ତିକଙ୍କ ପରେ ଏହି ସୁପରମଡେଲ କୋଭିଡ୍‌ ପଜିଟିଭ୍‌

ବମ୍ବେ: ବଲିଉଡ୍‌ ଅଭିନେତା ଆମିର ଖାନ୍‌ ଏବଂ କାର୍ତ୍ତିକ ଆର୍ୟନଙ୍କ ପରେ ଏବେ ସୁପର ମଡେଲ୍‌ ମିଲିନ୍ଦ ସୋମନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ସେ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। କିଭଳି ଭାବେ ସେ ସଂକ୍ରମିତ ହୋଇଥିବା ଜଣାପଡ଼ିନାହିଁ। ହେଲେ ଫିଟ୍‌ନେସ୍‌ ଫ୍ରିକ୍‌ ମିଲିନ୍ଦଙ୍କ ଟୁଇଟ୍‌ କରି କରୋନା ହୋଇଥିବା ଜଣାଇବା ପରେ ପ୍ରଶଂସକ ଚିନ୍ତା ପ୍ରକଟ କରିବା ସହ ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି।

କରୋନା ସଂକ୍ରମଣ ଧିରେ ଧିରେ କମିବା ପରେ କଳାକାରମାନେ ନିଜର କାମ ଆରମ୍ଭ କରିଛନ୍ତି। ଆବଶ୍ୟକୀୟ ସାବଧାନତା ରଖି ସେମାନେ ଶୁଟିଂ କରୁଛନ୍ତି। ଏହାସତ୍ତ୍ୱେ କିଛି ସହକର୍ମୀ ଏବଂ କଳାକାର ଶୁଟିଂ ସେଟ୍‌ରେ ସଂକ୍ରମିତ ହେଉଥିବା ଦେଖାଯାଇଛି। କିଛି ଦିନ ପୂର୍ବରୁ ରଣବୀର କପୁର ଏବଂ ସଞ୍ଜୟ ଲୀଲା ବନ୍‌ଶାଲୀ କରୋନା ସଂକ୍ରମିତ ହୋଇଥିଲେ। ଏବେ ମିଲିନ୍ଦ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି।

Share