ଭାଇରାଲ ହେଉଛି ଅଙ୍କିତାଙ୍କ ରୋମାଣ୍ଟିକ୍ ଫଟୋ

ମୁମ୍ବାଇ: ଅଙ୍କିତା କୋୱର ଓ ମିଲିନ୍ଦ ସୋନମ ଲୋକଙ୍କ ମନପସନ୍ଦ କପୁଲଙ୍କ ମଧ୍ୟରେ ଗୋଟିଏ । ଉଭୟ ନିଜ ଭିତରେ ଥିବା ଭଲପାଇବାକୁ କେବେ କମ୍ ହେବକୁ ଦିଅନ୍ତି ନାହିଁ । ବୟସର ଯଥେଷ୍ଟ ତାରତମ୍ୟ ଥିଲେ ବି ଉଭୟଙ୍କ ପ୍ରେମ ସମ୍ପର୍କ ଖୁବ୍ ନିବିଡ । ସମୟ ସମୟରେ ଏହିଭଳି କିଛି ଫଟୋ ଏମାନେ ସୋସିଆଲ ମିଡିଆରେ ଶେୟାର କରି ଆସିଥାଆନ୍ତି ଚର୍ଚ୍ଚାକୁ । ନିକଟରେ ଅଙ୍କିତା ନିଜ ସ୍ୱାମୀଙ୍କ ସହ ଏମିତି ଏକ ରୋମାଣ୍ଟିକ ଫଟୋ ଶେୟାର କରିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଫଟୋରେ ଅଙ୍କିତା ମିଲିନ୍ଦଙ୍କୁ କିସ୍ କରୁଥିବା ନଜର ଆସିଛି । ଏହି ଫଟୋ ଶେୟାର କରିବା ସହ ଅଙ୍କିତା ଏକ ସ୍ପେଶାଲ ପୋଷ୍ଟ ବି ଲେଖିଛନ୍ତି । ସେ ଲେଖିଛନ୍ତି କେବେକେବେ ପାହାଡ ବି ଆପଣଙ୍କୁ ଭଲପାଇବା ଓ ଶକ୍ତି ଯୋଗାଇଥାଏ । ସୈଡକଫୁରେ ବିତାଇଥିବା ସେ ସୁନ୍ଦର ମୁହୂର୍ତ୍ତକୁ ମନେପକାଉଛି । ଆପଣମାନେ ବି ଏମିତି ଅନୁଭୁତି ନିଶ୍ଚୟ ସାଉଁଟନ୍ତୁ । ଏହି ଫଟୋରେ ଉଭୟ ଅଙ୍କିତା ଓ ମିଲିନ୍ଦଙ୍କ ଫ୍ୟାଶନ ସେନ୍ସ ବି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି ।

Share