ଏହି ଅଭିନେତାଙ୍କୁ ‘ପାପାଜୀ’ ଡାକନ୍ତି ସ୍ତ୍ରୀ

ଅଭିନେତା ତଥା ମଡେଲ ମିଲିନ୍ଦ ସୋମେନ୍‌ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। କେତେବେଳେ ସେ ନିଜ ଫିଟନେସ୍‌ ପାଇଁ ତ, ଆଉ କେତେବେଳେ ସ୍ତ୍ରୀ ଅଙ୍କିତା କୁଅଁରଙ୍କ ପାଇଁ ଚର୍ଚ୍ଚାରେ ଥାନ୍ତି। ୨୦୧୮ରେ ୫୩ ବର୍ଷୀୟ ମିଲିନ୍ଦ ୨୮ ବର୍ଷିୟା ଅଙ୍କିତାଙ୍କୁ ବିବାହ କରିଥିଲେ। ଏନେଇ ତାଙ୍କୁ ସୋସିଆଲ୍‌ ମିଡିଆରେ ଟ୍ରୋଲ ହେବାକୁ ପଡିଥିଲା। ନିକଟରେ ସେ ଅଙ୍କିତାଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ଛାଡିବା ପରେ ଜଣେ ଯୁଜର୍ସ କହିଥିଲେ,ଅଙ୍କିତା ମିଲିନ୍ଦଙ୍କୁ ‘ପାପାଜୀ’ କହି ଡାକିବା ଉଚିତ୍‌। ଏହାର ଜବାବରେ ମିଲିନ୍ଦ କହିଥିଲେ, ମୋ ସ୍ତ୍ରୀ ମୋତେ ବେଳେବେଳେ ‘ପାପାଜୀ’ କହି ଡାକନ୍ତି। ଅଙ୍କିତାଙ୍କୁ ବିବାହ କରିବା ପରେ ମୋ ମା’ ବୟସରେ ମୋଠାରୁ ଯେତିକି ବଡ, ଅଙ୍କିତା ମଧ୍ୟ ସେତିକି ବଡ ବୋଲି ମିଲିନ୍ଦ ସ୍ବୀକାର ମଧ୍ୟ କରିଥିଲେ।

Share