ମାଲକାନଗିରି,୧୦।୭(ନୃସିଂହ ଚରଣ ମହାନ୍ତି): କାଲିମେଳା ଥାନା ଅନ୍ତର୍ଗତ ବଡ଼ିଗେଟା ପଞ୍ଚାୟତର ମାରିଗେତା ଗ୍ରାମ ନିକଟ ଗମ୍ପାକୋଣ୍ଡା ରିଜର୍ଭ ଜଙ୍ଗଲରେ ୧୪୨ ବାଟାଲିୟନର ବିଏସ୍ଏଫ ସୁରକ୍ଷାକର୍ମୀ ସୋମବାର ଅପରେଶନ କରିଥିଲେ।
ସେଠାରେ ଶର୍ଚ୍ଚ ଅପରେଶନ ଚାଲିଲା ପରେ ଏକ ମାଓବାଦୀ କ୍ୟାମ୍ପ ଠାବ କରାଯାଇଥିଲା। ସେଠାରୁ ଇଲେକ୍ଟ୍ରି ଡିଟୋନେଟର ୨୫ଟା, ସେଫ୍ଟି ଫିଉଜ ୪ ବଣ୍ଡଲ, ଯିଲଟିନ ଷ୍ଟିକ ୧୦୮ ଟା, ହ୍ୟାଣ୍ଡ ଗ୍ରାନାଇଟ ୨୦ଟା, ନକ୍ସଲ ସିନ୍ତେଟିକ ବେଲଟ ୧୦ଟା, ମାଓବାଦୀ ପୁସ୍ତିକା ୨ଟା ଓ ଗୋଟେ ଆଇରନ ଜବତ କରାଯାଇଛି।