ଆତଙ୍କବାଦୀ ଆକ୍ରମଣରେ ୧୪ ମୃତ

କରାଚି,୧୬।୧୦: ପାକିସ୍ତାନର ଦକ୍ଷିଣପଶ୍ଚିମ ବେଲୁଚିସ୍ତାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୧୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୭ ଜଣ ଯବାନ ଓ ୭ ଜଣ ସଭିଲ ସିକ୍ୟୁରିଟିର ସଦସ୍ୟ ରହିଛନ୍ତି। ଗ୍ବାଦର ଜିଲାର ଓରମାରା ସହରରେ ଥିବା ସରକାରୀ ଅଏଲ ଆଣ୍ଡ ଗ୍ୟାସ ଡେଭଲପମେଣ୍ଟ କମ୍ପାନୀ ଲିଃର କର୍ମଚାରୀଙ୍କ ଉପରକୁ ଆକ୍ରମଣ ହୋଇଛି। ପାକିସ୍ତାନର ପାରାମିଲିଟାରୀ ଫୋର୍ସ ଓ ନୌସେନାର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପାକିସ୍ତାନ ସୈନ୍ୟ ଯବାନ ଏହାର ଜବାବ ଦେବା ପୂର୍ବରୁ ଆତଙ୍କବାଦୀମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।

Share