Categories: ଜାତୀୟ

ମଣିପୁର: ପୋଲିସ ଅଧିକାରୀଙ୍କୁ ହତ୍ୟା ପରେ ସୁରକ୍ଷାକର୍ମୀଙ୍କ ଉପରେ ଘାତ ଲଗାଇ ଆକ୍ରମଣ କଲେ ବିଦ୍ରୋହୀ

ଇମ୍ଫାଲ,୩୧/୧୦: ମଣିପୁର ଟେଙ୍ଗନୁପାଲ୍ ରେ ମଙ୍ଗଳବାର ସକାଳ ସମୟରେ ଜଣେ ପୋଲିସ କର୍ମୀଙ୍କୁ ଗୁଳିକରି ହତ୍ୟା କରିବା ପରେ ପୋଲିସ କମାଣ୍ଡୋଙ୍କ ଏକ ଟିମ୍ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଟେଙ୍ଗନୁପାଲ୍ ଠାରୁ ୧୦ କିମି ଦୂରରେ ବିଦ୍ରୋହିମାନେ ଘାତ ଲଗାଇ ଆକ୍ରମଣ କରିଥିଲେ, ଯେଉଁଥିରେ ଅନେକ ଯବାନ ଆହତ ହୋଇଛନ୍ତି।

ଖବର ପାଇଁ ଆସାମ ରାଇଫଲ ଘଟଣାସ୍ଥଳରେ ପହଞ୍ଚି ଯବାନ ମାନଙ୍କୁ ରକ୍ଷା କରିଥିଲେ। ଅନେକ ଆହତଙ୍କୁ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପୋଲିସ ଅଧିକାରୀଙ୍କୁ ହତ୍ୟା କରିବା ପରେ ସେନା ପକ୍ଷରୁ ସନ୍ଦିଗ୍ଧ ବିଦ୍ରୋହୀ ସ୍ନାଇପାରକୁ ଧରିବା ପାଇଁ ସେନାର ଅପରେସନ ପାଇଁ ମଣିପୁର ପୋଲିସ ଅଧିକ ସୁରକ୍ଷା କର୍ମୀଙ୍କୁ ମୋରେହ ପଠାଇଥିଲା। ତେବେ ଏହି ଘଟଣା ପରେ କିଛି ଦିନଧରି ଶାନ୍ତ ପଡିଥିବା ମଣିପୁରରେ ପୁଣି ହିଂସା ବଢିବା ଆଶଙ୍କା ବଢିଯାଇଛି। ବର୍ତ୍ତମାନ ସ୍ଥିତିରେ ସୁରକ୍ଷାକର୍ମୀ ଏବଂ ବିଦ୍ରୋହୀଙ୍କ ମଧ୍ୟରେ ଶତ୍ରୁତା ବଢିଯାଇଛି।

Share