Categories: ଜାତୀୟ

ବାରମୂଳା ସୋପୋରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ

ବାରମୂଳା,୧୩।୮: ସ୍ବାଧୀନତା ଦିବସ ପୂର୍ବରୁ ଆତଙ୍କବାଦୀମାନେ ଦେଶରେ ବଡ଼ ଧରଣର ଆକ୍ରମଣ ପାଇଁ ଲଗାତର ଭାବେ ଷଡ଼ଯନ୍ତ୍ର ଚଳାଇଛନ୍ତି। କେଉଁଠାରେ ଗେନେଡ ମାଡ଼ ତ କେଉଁଠାରେ ସୁରକ୍ଷାକର୍ମୀଙ୍କ ଉପରେ ଆଖିବୁଜା ଗୁଳିଚାଳନା କରୁଛନ୍ତି ଆତଙ୍କବାଦୀ। ହେଲେ ସୁରକ୍ଷାକର୍ମୀ ସେମାନଙ୍କର ସମସ୍ତ ଯୋଜନାକୁ ପଣ୍ଡ କରିବାରେ ସଫଳ ହେଉଛନ୍ତି। ଇତିମଧ୍ୟରେ ଶୁକ୍ରବାର ଦ୍ୱିପ୍ରହର ୨ଟା ୩୦ରେ ଜମ୍ମୁ-କଶ୍ମୀରର ବାରମୂଳା ଜିଲାର ସୋପୋରେ ନିକଟସ୍ଥ ଏସ୍‌ବିଆଇ ଛକରେ ସୁରକ୍ଷାକର୍ମୀଙ୍କ ଏକ ଟିମ୍‌ ଉପରେ ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ କରିଥିଲେ। ଏହି ଆକ୍ରମଣରେ ୩ଜଣ ସିଆରପିଏଫ୍‌ ଯବାନ ଆହତ ହୋଇଥିବା ନେଇ ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଆହତ ସମସ୍ତ ଯବାନଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ଅନ୍ୟପଟେ କୁଲଗାମରେ ଗୁରୁବାର ଓ ଶୁକ୍ରବାର ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Share