ତାଇଓ୍ବାନରେ ସୈନ୍ୟ ସଙ୍କଟ…

ତାଇପେ,୧୮।୧୨ : ଯେଉଁ ସମୟରେ ଚାଇନାର ଆକ୍ରୋଶର ଆଶଙ୍କା ବଢୁଛି, ତାଇୱାନ ଏକ ଭିନ୍ନ ପ୍ରକାରର ଆହ୍ବାନର ସମ୍ମୁଖୀନ ହେଉଛି। ଦେଶର ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ଜନସଂଖ୍ୟାରେ ଯୁବକମାନଙ୍କ ସଂଖ୍ୟାରେ ଯଥେଷ୍ଟ ହ୍ରାସ ଘଟିଛି। ଏହି କାରଣରୁ, ତାଇୱାନର ସେନାରେ ପର୍ଯ୍ୟାପ୍ତ ସଂଖ୍ୟକ ନୂତନ ସୈନିକ ନିଯୁକ୍ତ ହେଉନାହାଁନ୍ତି।

ତାଇୱାନର ସୈନ୍ୟବାହିନୀ ନିଯୁକ୍ତି ପାଇଁ ସ୍ଥିର କରିଥିବା ସଂଖ୍ୟାଠାରୁ ବହୁ ପଛରେ ଅଛନ୍ତି। ୨ କୋଟି ୩୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ତାଇଓ୍ବାନର ଗୃହ ମନ୍ତ୍ରଣାଳୟ ସ୍ବୀକାର କରିଛି ଯେ କମୁଥିବା ଜନ୍ମ ହାର ବର୍ତ୍ତମାନ ଦେଶ ପାଇଁ ଏକ ପ୍ରମୁଖ ସମସ୍ୟା ପାଲଟିଛି। ୨୦୨୦ରେ ପ୍ରଥମ ଥର ପାଇଁ ତାଇୱାନର ଜନସଂଖ୍ୟା ହ୍ରାସ ପାଇବାକୁ ଆରମ୍ଭ କରିଥିଲା।

ବର୍ତ୍ତମାନ ଗୃହ ମନ୍ତ୍ରଣାଳୟ ଚେତାବନୀ ଦେଇଛି ଯେ ୨୦୨୨ ମସିହାରେ ସେନାରେ ନୂତନ ନିଯୁକ୍ତ ସଂଖ୍ୟା ସର୍ବନିମ୍ନ ସ୍ତରରେ ରହିବ। ମନ୍ତ୍ରଣାଳୟ କହିଛି ଭବିଷ୍ୟତରେ ଯୁବ ଜନସଂଖ୍ୟାରେ କ୍ରମାଗତ ହ୍ରାସ ଏକ ପ୍ରମୁଖ ଆହ୍ବାନ ହେବ। ବିଶ୍ଳେଷକଙ୍କ ମତରେ ଏହି ଚ୍ୟାଲେଞ୍ଜ ଅତ୍ୟନ୍ତ ଖରାପ ସମୟରେ ଏକ ଗୁରୁତର ରୂପ ନେଇଛି।

Share