Advertisement

ଆମେରିକାର ଏଫ୍‌-୧୬ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

କାଲିଫର୍ନିଆ,୧୭।୫: ଆମେରିକା ବାୟୁସେନାର ଏଫ୍‌-୧୬ ଯୁଦ୍ଧ ବିମାନ ଏକ ବ୍ୟବସାୟ ପ୍ରତିଷ୍ଠାନ ଉପରେ ପଡିଯିବା ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଦୁର୍ଘଟଣା ପୂର୍ବରୁ ପାଇଲଟ ସୁରକ୍ଷିତ ଭାବେ ବିମାନରୁ ବାହାରି ଯାଇଥିବା ସୂଚନା ମିଳିଛି। ମାର୍ଚ୍ଚ ଏୟାର ରିଜର୍ଭ ବେସ୍‌ର ମୋନେର ଭ୍ୟାଲିଠାରେ ଏହି ଦୁର୍ଘଟଣା ହୋଇଛି। ପାଇଲଟ ସାମନ୍ୟ ଆଘାତ ପାଇଥିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିରେ ଅନ୍ୟ କାହାର ମୃତ୍ୟୁ ହୋଇ ନ ଥିବା ସୂଚନା ମିଳିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel