ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୪ ମୃତ

ହାମିଲଟନ,୧।୮: ହାମିଲଟନ ଦ୍ୱୀପ ନିକଟ କ୍ୱିନ୍ସଲ୍ୟାଣ୍ଡ ଉପକୂଳରେ ଅଷ୍ଟ୍ରେଲିଆର ଏକ ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୫ ଜଣ କ୍ରୁ ସଦସ୍ୟ ନିଖୋଜ ହୋଇଯାଇଛନ୍ତି। ସୋମବାର ଅଷ୍ଟ୍ରେଲୀୟ ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ କହିଛନ୍ତି, ଆମେରିକା ସହ ଯୁଦ୍ଧାଭ୍ୟାସ ସମୟରେ ସମୁଦ୍ରକୁ ଖସିପଡିଥିବା ହେଲିକପ୍ଟରର ଚାରିଜଣ କ୍ରୁ ମେମ୍ବରଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ହାମିଲଟନ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହି ଘଟଣା ଘଟିଛି। ଏମଆରଏଚ୍‌-୯୦ ତାଇପାନ ହେଲିକପ୍ଟରଟି କ୍ୟାପଟେନ ଡାନିଏଲ ଲିଓନ ଏବଂ ତାଙ୍କର ତିନିଜଣ ସହକର୍ମୀଙ୍କୁ ନେଇ ଯାଉଥିଲା।

Share