ପାକିସ୍ତାନର ରାଜନୀତିରେ ରହିବ ସାମରିକ ପ୍ରଭାବ…

ଇସଲାମାବାଦ,୨୮।୯ : ପାକିସ୍ତାନରେ ସୈନ୍ୟବାହିନୀର ଅପରିହାର୍ଯ୍ୟ ଭୂମିକାକୁ ଦର୍ଶାଇ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକର ସ୍ବୀକାର କରିଛନ୍ତି କ୍ଷମତା ଦଖଲ ଯୋଗୁ ଦେଶରେ ନାଗରିକ ପ୍ରତିଷ୍ଠାନ ଦୃଢ଼ ନ ହେଲେ ପାକିସ୍ତାନର ରାଜନୀତିରେ ସାମରିକ ପ୍ରଭାବ ଜାରି ରହିବ ।

ବର୍ତ୍ତମାନ ପର୍ଯ୍ୟନ୍ତ ସୁରକ୍ଷା ଏବଂ ବୈଦେଶିକ ନୀତି କ୍ଷେତ୍ରରେ ସେନା ନିଜର ଶକ୍ତି ବ୍ୟବହାର କରିଛି। ତୁର୍କୀ ପବ୍ଲିକ ବ୍ରଡକାଷ୍ଟର ନ୍ୟୁଜ ଚ୍ୟାନେଲ ଟିଆରଟି ୱାଲର୍‌ଡକୁ କାକର ଏହି ବିବୃତ୍ତି ଦେଇଛନ୍ତି। ଏବେ ଏହାକୁ ନେଇ ପାକିସ୍ତାନ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share