ସମୁଦ୍ର ଉପରେ ମଝି ଆକାଶରେ ଦୁୁର୍ଘଟଣା ଗ୍ରସ୍ତ ହେଲା ସାମରିକ ବିମାନ, ୮ ଯାତ୍ରୀ ଜୀବିତ କି ମୃତ ନେଇ ସନ୍ଧାନ ଜାରି…

ଟୋକିଓ/ଓ୍ବାଶିଂଟନ,୨୯।୧୧ : ଆମେରିକାର ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ଖବର ସାମ୍ନାକୁ ଆସିଛି। ଖବର ଅନୁଯାୟୀ ଆମେରିକାର ସାମରିକ ବିମାନ ଓସପ୍ରେ ଜାପାନ ନିକଟ ସମୁଦ୍ରରେ ଖସିପଡଛି। ବିମାନଟି ୟାକୁସିମା ଦୀପ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସମୁଦାୟ ୮ ଜଣ ଯାତ୍ରୀ ଥିଲେ। ଏହି ବିଷୟରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି। ୮ ଯାତ୍ରୀ ଜୀବିତ କି ମୃତ ନେଇ ସନ୍ଧାନ ଜାରି ରହିଛି।

ନ୍ୟୁଜ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ ଜାପାନ କୋଷ୍ଟଗାର୍ଡର ମୁଖପାତ୍ର କହିଛନ୍ତି ବିମାନରେ ଥିବା ଲୋକଙ୍କ ସୁରକ୍ଷା ସମେତ ଘଟଣା ସମ୍ପର୍କରେ କୌଣସି ବିବରଣୀ ଜଣା ପଡି ନାହିଁ। ସ୍ଥାନୀୟ ସମୟ ଅପରାହ୍ନ ୨ଟା ୪୭ ସମୟରେ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ଲୋକ କହିଛନ୍ତି ଆମେରିକାର ସାମରିକ ବିମାନ ସମୁଦ୍ରରେ ପଡ଼ିବା ମାତ୍ରେ ଏହାର ବାମ ଇଞ୍ଜିନରୁ ନିଆଁ ବାହାରିବା ଆରମ୍ଭ କରିଥିଲା। ଏହି କ୍ଷେତ୍ରରେ ଆମେରିକାର ସେନାର ମୁଖପାତ୍ର କହିଛନ୍ତି ସେମାନେ ଏପର୍ଯ୍ୟନ୍ତ ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି। ଜାପାନରେ ଆମେରିକାର ସେନାର ମୁଖପାତ୍ର ଏପର୍ଯ୍ୟନ୍ତ କିଛି କହି ନାହାଁନ୍ତି।

Share