ଲୋକଙ୍କ ଉପରେ ଆଖିବୁଜା ଗୁଳିବର୍ଷା କଲେ ସାମରିକ ଶାସକ: ୧୦୦ରୁ ଅଧିକ ମୃତ, ଚିନ୍ତା ପ୍ରକଟ କଲା ଜାତିସଂଘ…

ନାପିଦ୍ୱ,୧୨।୪ : ମ୍ୟାନମାରର କେନ୍ଦ୍ରୀୟ ଅଞ୍ଚଳରେ ସାମରିକ ଶାସକ ଲୋକଙ୍କ ଉପରେ ଆଖିବୁଜା ଗୁଳିବର୍ଷା କରିଛନ୍ତି। ଏଥିରେ ୧୦୦ରୁ ଅଧିକ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସାମରିକ ନିୟମକୁ ବିରୋଧ କରିବା ପାଇଁ ଆନ୍ଦୋଳନକାରୀମାନେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ତେବେ ସାମରିକ ଶାସକ ବିଦ୍ରୋହୀଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରିଥିଲେ। ସାଗିଙ୍ଗ ଅଞ୍ଚଳର ବାସିନ୍ଦାଙ୍କଠାରୁ ହାସଲ କରାଯାଇଥିବା ତଥ୍ୟ ଆଧାରରେ ବିବିସି ବର୍ମିଜ, ରେଡିଓ ଫ୍ରି ଏସିଆ (ଆରଏଫଏ) ଏବଂ ଇରୱାଡି ନ୍ୟୁଜ ପୋର୍ଟାଲରେ ଖବର ପ୍ରକାଶିତ ହୋଇଛି ଯେ, ଏହି ଘଟଣାରେ ସାଧାରଣ ନାଗରିକଙ୍କ ସମେତ ୧୦୦ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ନ୍ୟୁଜ ଏଜେନ୍ସି ରଏଟର୍ସ ଏପର୍ଯ୍ୟନ୍ତ ସାମରିକ ଶାସକ ମୁଖପାତ୍ରଙ୍କ ସହ କଥାବାର୍ତ୍ତା କରିବାରେ ସକ୍ଷମ ହୋଇ ନାହିଁ। ଏହାପୂର୍ବରୁ ମାର୍ଚ୍ଚ ୧୪ ରେ ମ୍ୟାନମାର ସେନା ଏକ ବୌଦ୍ଧ ମଠ ଉପରେ ଆକ୍ରମଣ କରି ୨୮ ଜଣଙ୍କୁ ହତ୍ୟା କରିଥିଲା। ବିଦ୍ରୋହୀ ସଂଗଠନ କାରେନ୍ନି ଜାତୀୟତାବାଦୀ ପ୍ରତିରକ୍ଷା ବାହିନୀ ଏହି ଦାବି କରିଥିଲା। ଏନେଇ ଜାତିସଂଘ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି।

Share