କିଂଶାସଆ,୨୯।୮: ଆଫ୍ରିକା ଦେଶ କଙ୍ଗୋର ଗାଁରେ ପୁଣିଥରେ ଆକ୍ରମଣ ହୋଇଛି। ମିଲିଶିଆ ଗୋଷ୍ଠୀର ଉଗ୍ରବାଦୀଙ୍କ ଦ୍ୱାରା କରାଯାଇଥିବା ଆକ୍ରମଣରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। କଙ୍ଗୋ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କର୍ଣ୍ଣେଲ ମାପେଲା ମିଭିନିଆମା କହିଛନ୍ତି ଯେ ରବିବାର ସାରେ କୋଡକୋ ମିଲିସିଆର କିଛି ସଶସ୍ତ୍ର ଯୋଦ୍ଧା ଗୋବୁ ଗ୍ରାମରେ ପ୍ରବେଶ କରିଥିଲେ। ଏହି ସମୟରେ କ୍ରମାଗତ ଗୁଳି ବିନିମୟ ହୋଇଥିଲା। କଙ୍ଗୋ ସେନା ଏହାର ପ୍ରତିଶୋଧ ନେଇଥିଲା। ଏହି ସମୟ ମଧ୍ୟରେ ୯ଜଣ ସାଧାରଣ ନାଗରିକ, ୪ଜଣ ଆକ୍ରମଣକାରୀ ଏବଂ ଜଣେ ସୈନିକ ପ୍ରାଣ ହରାଇଥିଲେ। ଏହି ସମୟରେ ଦୁଇ ସୈନିକ ଏବଂ ଦୁଇ ସାଧାରଣ ନାଗରିକ ଆହତ ହୋଇଥିଲେ।