ଦେଶୀ ନାଁରେ ବିକ୍ରି ହେଉଛି ଅପମିଶ୍ରିତ କ୍ଷୀର, ଦହି, ଘିଅ

ଅସ୍ତରଙ୍ଗ,୪।୭(ପ୍ରଦୀପ୍ତ କୁମାର ଦୀକ୍ଷିତ)ଘରେ ଗାଈ ନାହିଁ, କିନ୍ତୁ ଘରକୁ ଘର ବୁଲି ଯୋଗାଇ ଦେଉଛନ୍ତି କ୍ଷୀର, ଦହି, ଘିଅ, ପନିର। କେତେକ ଦୋକାନରେ ବି ଦେଶୀ ନଁାରେ ବେଧଡକ ବେପାର ଚାଲିଛି। ଏସବୁ ଅସଲି କି ନକଲି ଜାଣିବା ସାଧାରଣଲୋକଙ୍କ ପାଇଁ ସହଜ ନୁହେଁ। ତେଣୁ ଲୋକେ ଦେଶୀ ନଁାରେ ବିଷ ହିଁ ଖାଉଛନ୍ତି। ଅସ୍ତରଙ୍ଗ ବଜାରରେ ଅସାଧୁ ଉପାୟରେ କେମିକାଲ ଓ ପାଉଡର ବ୍ୟବହାର କରି ମାଳ ମାଳ ବେପାରୀ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। ବଡ଼ କଥା ହେଲା ଏହି ନକଲି ବେପାରରେ ସ୍ଥାନୀୟ ଲୋକଙ୍କ ଦବଦବା ବେଶି। ସେମାନେ ଏହାର କାଇଦା-କୌଶଳ ବ୍ୟବହାର କରି ବିନା ଗାଈରେ ଦୁଗ୍ଧଜାତ ଦ୍ରବ୍ୟ ପ୍ରସ୍ତୁତ କରି ବେପାରରେ ସକ୍ରିୟ ରହିଛନ୍ତି। ପ୍ରକୃତ ଦାମଠାରୁ ଏହି ନକଲି ସାମ୍ରଗୀର ଦାମ କମ୍‌ ରହିଥିବାବେଳେ ଲୋକଙ୍କ ପାଖରେ ଏସବୁ ସହଜରେ ଉପଲବ୍ଧ ହେଉଛି।
ମିଳିଥିବା ସୂଚନା ଅନୁସାରେ, ଅସ୍ତରଙ୍ଗ ବଜାରରେ ଏକାଧିକ ଅଞ୍ଚଳରେ ଏହି ଅସାଧୁ ବେପାରୀମାନେ ସକ୍ରିୟ ରହିଛନ୍ତି। କେବଳ ଖୋଲାରେ ନୁହେଁ, ପ୍ୟାକେଟ କରି ମଧ୍ୟ ଏହାକୁ ବିକ୍ରି କରୁଛନ୍ତି। ବିଶେଷକରି ଏହା ଅସ୍ତରଙ୍ଗ ବ୍ଲକର ବିଭିନ୍ନ ଗ୍ରାମ ପୋଟଳ ଛକ, ବନ୍ତିଲୋ ଛକ, ସରିପୁର ଛକ, କଣମଣ ଛକ, ନଗର, ଭିମା ଛକ, ଆଳ ସାହି, ଖଣ୍ଡାସାହି ଛକ, କେନ୍ଦ୍ରାପଟି, ଅସ୍ତରଙ୍ଗ ବଜାର ସମେତ ଅନେକ ଅଞ୍ଚଳରେ ସକ୍ରିୟ ବେପାରୀମାନେ କେମିକାଲ, ପାଉଡର ବ୍ୟବହାର କରି ନକଲି କ୍ଷୀର, ଦହି, ଘିଅ, ପନିର, ଛେନା ପ୍ରସ୍ତୁତ କରୁଛନ୍ତି। ଏପରିକି କେତେକ ନିର୍ଦ୍ଦିଷ୍ଟ ଦୋକାନକୁ ଦୁଗ୍ଧଜାତୀୟ ସାମଗ୍ରୀ ଯୋଗାଇ ଦେଉଛନ୍ତି। ବସାଦହି କେଜି ୫୦ ଟଙ୍କାରେ ମିଳୁଥିବାବେଳେ ଗୁଆ ଘିଅ ୨ ଶହରୁ ୩ ଶହ ଟଙ୍କାରେ ମିଳୁଛି, ଯାହାର ପ୍ରକୃତ ବଜାର ଦର ଢେର୍‌ ଅଧିକ ରହିଛି। ଏହାଛଡ଼ା ଭୁବନେଶ୍ୱରରୁ ବସ୍‌ ଯୋଗେ ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ସିନ୍ଥେଟିକ ପନିର ମଧ୍ୟ ଅସ୍ତରଙ୍ଗ ଆସୁଛି। ଯାହାର ଯଥେଷ୍ଟ ଚାହିଦା ରହୁଛି। ମାତ୍ର ଶହେ ଟଙ୍କା କେଜିରେ ବେପାରୀ ଏହି ପନିର କିଣି ଏହାକୁ ୨ ଶହରୁ ଅଢ଼େଇ ଶହ ଟଙ୍କା କିଲୋରେ ବିକ୍ରି କରୁଛନ୍ତି। ଅସ୍ତରଙ୍ଗରେ ଏଭଳି ନକଲି ଓ ବିଷାକ୍ତ ଖାଦ୍ୟ ସାମଗ୍ରୀ ଯୋଗାଇ ଏହି ବେପାରୀମାନେ ଲୋକଙ୍କ ଜୀବନ ସହ ଖେଳୁଥିବାବେଳେ ପୋଲିସ ଓ ସ୍ବାସ୍ଥ୍ୟ ବିଭାଗ ଏବଂ ଯୋଗାଣ ବିଭାଗ ନିଘୋଡ଼ ନିଦରେ ଶୋଇଛି। ନକଲି ସାମଗ୍ରୀ ଧରପଗଡ଼ କଥା ସତେ ଯେମିତି ଭୁଲିଯାଇଛନ୍ତି କର୍ତ୍ତୃପକ୍ଷ। ଚଢ଼ାଉ ନ ହେବାରୁ ଦିନକୁ ଦିନ ଅସ୍ତରଙ୍ଗରେ ଏଭଳି ନକଲି କାରବାର କାୟା ମେଲାଇବାରେ ଲାଗିଛି। ଖୁବ୍‌ଶୀଘ୍ର ଏହାର ଉଚ୍ଚସ୍ତରୀୟ ଚଢ଼ାଉ ସହ ଯାଞ୍ଚ ହେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀରୁ ଅଜଣା ମହିଳାଙ୍କ ମୃତଦେହ ଜବତ, ହାତରେ ରହିଛି ଗୀତା ନାମରେ ଟାଟୁ

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅନ୍ତର୍ଗତ ଟଣ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ମାଙ୍କଡା ନଦୀରୁ ଆଜି ଜଣେ ଅଜଣା ମହିଳାଙ୍କ ମୃତଦେହ...

ସମସ୍ତ ସରକାରୀ ଜମି ଜବରଦଖଲ ହଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୬।୭: ରାଜ୍ୟର ସମସ୍ତ ଜିଲାରେ ସରକାରୀ ଜମି ଜବରଦଖଲ ବଢି ଚାଲିଥିବା ବେଳେ ଚିନ୍ତା ପ୍ରକଟ କରିଛନ୍ତି ସରକାର। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜବରଦଖଲକୁ...

ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେଲେ ନିଆଯିବ ଆକ୍ସନ: ମନ୍ତ୍ରୀ

ଝରିଗାଁ,୬ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକକୁ ଶନିବାର ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଝରିଗାଁ ବିଧାୟକ ନରସିଂହ ଭତ୍ରା ଗସ୍ତ...

ଶାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ରଥ-ପଥ ପ୍ରସ୍ତୁତ, ଆସନ୍ତାକାଲି ୯.୩୦ରେ ପହଣ୍ଡି

କୋରାପୁଟ,୬ା୭(ଅମିତାଭ ବେହେରା): କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ରରେ ରବିବାର ରଥଯାତ୍ରା ପାଇଁ ରଥ ଓ ପଥ ପ୍ରସ୍ତୁତ ହୋଇରହିଛି। ଏପଟେ ଏହାକୁ ଦେଖିବା ପାଇଁ ଜିଲା ଓ...

ସୋମବାର ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର, ୬ା୭(ଅସମାପିକା ସାହୁ) – ଚଳିତବର୍ଷ ଶ୍ରୀଜୀଉଙ୍କ ଗୁଣ୍ଡିଚା ଯାତ୍ରା ଦୁଇଦିନ ଧରି ଚାଲିବ। ରବିବାର ସାପ୍ତାହିକ ଛୁଟି ଥିବାବେଳେ ସୋମବାର ରାଜ୍ୟର ସମସ୍ତ ସ୍କୁଲ,...

ଟଙ୍କା ବ୍ୟାଗ୍‌ ଫିଙ୍ଗି ଦୌଡ଼ିଥିଲେ ତହସିଲଦାର, ଗୋଡ଼ାଇ ଧରିଲା ଭିଜିଲାନ୍ସ ଟିମ୍‌

ରାୟଗଡ଼ା,୬ା୭): ରାୟଗଡ଼ା ଜିଲା ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ ଗିରଫ ହୋଇଛନ୍ତି। ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ...

ଛାତ୍ରୀଙ୍କ ସାଇକେଲ ଚୋରି ବେଳେ ଧରିଲେ ଲୋକେ

ତିହିଡ଼ି,୬ା୭(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାର ସହ ବିଭିନ୍ନ ଅଞ୍ଚଳରୁ ସାଇକେଲ ଚୋରି କରୁଥିବା ଜଣେ ଯୁବକଙ୍କୁ ତିହିଡ଼ି ପୋଲିସ ଶନିବାର ଗିରଫ କରି...

ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ

ପୁରୀ,୬।୭: ରବିବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏହି ପରିପ୍ରେକ୍ଷୀରେ ଶନିବାର ସିଂହଦ୍ୱାର ସମ୍ମୁଖରେ ଲାଗିଲା ତିନି ରଥ। ଆଜ୍ଞାମାଳ ବିଜେ ପରେ ଶ୍ରୀଜିଉଙ୍କ ତିନି ରଥକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri