Categories: ଜାତୀୟ

କ୍ଷୀର ଲିଟର ୧୦୦: ସ୍ପଷ୍ଟୀକରଣ ଦେଲା ମିଳିତ କିଷାନ ମୋର୍ଚ୍ଚା

ନୂଆଦିଲ୍ଲୀ,୧।୩: କୃଷି ଆଇନ ବିରୋଧରୋ ଆନ୍ଦୋଳନ ଜାରି ରହିଛି। ଏପରିସ୍ଥଳେ କେତେକ ସୋସିଆଲ ମିଡ଼ିଆରେ ମିଳିତ କିଷାନ ମୋର୍ଚ୍ଚା କ୍ଷୀର ବିକ୍ରି କରିବା ବନ୍ଦ ଏବଂ ଲିଟର ପିଛା ଦାବ ୧୦୦ ଟଙ୍କାକୁ ବୃଦ୍ଧି ନେଇ ନିଷ୍ପତ୍ତି ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି। ତେବେ ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ମିଳିତ କିଷାନ ମୋର୍ଚ୍ଚା ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ମୋର୍ଚ୍ଚା ପକ୍ଷରୁ ସୋସିଆଲ ମିଡ଼ିଆ ଉପରେ ଦୋଷ ଲଦା ଯାଇଛି। ଜାଣିଶୁଣି ମୋର୍ଚ୍ଚା ବିରୋଧରେ ଏଭଳି ଅପପ୍ରଚାର କରାଯାଉଛି। ଦାମ ବୃଦ୍ଧିି ନେଇ କୌଣସି ଆଲୋଚନ ହୋଇ ନ ଥିବା ମୋର୍ଚ୍ଚା କହିଛି। ସୂଚନାଯୋଗ୍ୟ, ଆନ୍ଦୋଳନକୁ ସମର୍ଥନ କରି ହରିୟାଣା ହିସାରରରେ ଖାପ୍‌ ପଞ୍ଚାୟତ କ୍ଷୀର ଲିଟର ପିଛା ୧୦୦ ଟଙ୍କାକୁ ବୃଦ୍ଧି କରାଯିବା ନେଇ ନିର୍ଦ୍ଦେଶ ଜାରି ହୋଇଥିଲା। ତେବେ ଏହା କେବଳ ସରକାରୀ ସମିତି ସମେତ ଡାଏରୀ କମ୍ପାନୀଗୁଡ଼ିକୁ ଦୁଗ୍ଧ ବିକ୍ରି କ୍ଷେତ୍ରରେ ଲାଗୁ ହେବ। ମାତ୍ର ସାଧାରଣ ଗ୍ରାହକଙ୍କୁ ପୂର୍ବ ଭଳି ୫୫ରୁ ୬୦ ଟଙ୍କାେରେ କ୍ଷୀର ଯୋଗାଇ ଦିଆଯିବ ବୋଲି ଖାପ୍‌ ପଞ୍ଚାୟତ କହିଥିଲା।

Share