ଶୋଇଥିବା ବେଳେ କ୍ଷୀର ବ୍ୟବସାୟୀଙ୍କୁ ହତ୍ୟା

କୁଆଁରମୁଣ୍ଡା,୪।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଗୋବିରାଠାର ରବିବାର ଏକ ଅଘଟଣ ଘଟିଛି। ଅପରାହ୍ନରେ ଶୋଇଥିବା ବେଳେ ଜଣେ କ୍ଷୀର ବ୍ୟବସାୟୀଙ୍କୁ ବିବତ୍ସ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ଯମୁନାନାକି ଗ୍ରାମର ଅମର ଯାଦବ(୫୪)।

ମିଳିଥିବା ସୂଚନା ମୁତାବକ, ଅମର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଗୋବିରା ଛକରେ ଏକ ଜାଗା କିଣି ଘର ତିଆରି କରିବା ପାଇଁ ଆନୁସଙ୍ଗିକ ସାମଗ୍ରୀ ରଖି ଏକ ଝୁମ୍ପୁରି ଘର ତିଆରି କରିଥିଲେ। ସେ ରବିବାର ମଧ୍ୟାହ୍ନରେ ଉକ୍ତ ଘରେ ଶୋଇଥିଲେ। ସେତିକିବେଳେ କେହି ଜଣେ ପହଞ୍ଚି ତାଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟା କରି ଫେରାର ହୋଇଯାଇଥିବା ଜଣାପଡିଛି। ଅମରଙ୍କ ସମ୍ପର୍କୀୟ ଘଟଣାସ୍ଥଳରେ ପହଞ୍ଚି କୁଆଁରମୁଣ୍ଡା ଫାଣ୍ଡିକୁ ଜଣାଇଥିଲେ। ଫାଣ୍ଡି ପୋଲିସ ପହଞ୍ଚି ମୃତଦେହ ଜବତ କରି ହତ୍ୟାର କାରଣ ଖୋଜୁଛି। ଏପରିକି ହତ୍ୟାକାରୀଙ୍କୁ ଧରିବା ନେଇ ପୋଲିସ ତନାଘନା ଜାରି ରଖିଛି । ସୂଚନା ଯୋଗ୍ୟ, ଅମର ଜଣେ କ୍ଷୀର ବ୍ୟବସାୟୀ। ସେ କୁଆଁରମୁଣ୍ଡା ଏବଂ ଆଖପାଖା ଅଞ୍ଚଳର ଲୋକଙ୍କୁ କ୍ଷୀର ଯୋଗାଉଥିଲେ। ହେଲେ ହତ୍ୟାକାଣ୍ଡର କାରଣ ଜଣାପଡି ନାହିଁ।

Share