ନୂଆଦିଲ୍ଲୀ,୨୦।୧୧: ସାଧାରଣ ଜନତାଙ୍କୁ ମୁଦ୍ରାସ୍ଫୀତିରୁ କୌଣସି ଆଶ୍ୱସ୍ତି ମିଳୁନାହିଁ। ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ କ୍ଷୀରର ମୂଲ୍ୟ ପୁଣି ବୃଦ୍ଧି ପାଇଛି। ମଦର ଡାଏରୀ କ୍ଷୀରର ମୂଲ୍ୟ ୧ ଟଙ୍କା ବୃଦ୍ଧି କରିଛି। ଫୁଲ କ୍ରିମ କ୍ଷୀର ବର୍ତ୍ତମାନ ଲିଟର ପିଛା ୬୩ ଟଙ୍କା ବଦଳରେ ୬୪ ଲିଟରରେ ପହଞ୍ଚିଛି।
ଏହା ବ୍ୟତୀତ ମଦର ଡାଏରୀ ଟୋକନ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି। ପୂର୍ବରୁ ଏହା ୪୮ ଟଙ୍କା ଥିବାବେଳେ ଏବେ ତାହା ୫୦ ଟଙ୍କା ହୋଇଛି। ଚଳିତବର୍ଷ ଚତୁର୍ଥଥର ପାଇଁ ମଦର ଡାଏରୀ କ୍ଷୀର ଦର ବୃଦ୍ଧି କରିଛି।
ମଦର ଡାଏରୀର ବର୍ଦ୍ଧିତ ମୂଲ୍ୟ ସୋମବାର ଠାରୁ କାର୍ଯ୍ୟକାରୀ ହେବ। ଏହି ମୂଲ୍ୟ ବୃଦ୍ଧିର ସବୁଠାରୁ ବଡ ପ୍ରଭାବ ଦିଲ୍ଲୀ-ଏନସିଆର ଲୋକଙ୍କ ଉପରେ ପଡ଼ିବ କାରଣ ମଦର ଡାଏରୀ କମ୍ପାନୀ ଦିଲ୍ଲୀ ଏନସିଆରର ସବୁଠାରୁ ବଡ ଦୁଗ୍ଧ ଯୋଗାଣକାରୀ କମ୍ପାନୀ ଅଟେ।