କ୍ଷୀର ବିକୁଥିବା ମହିଳାଙ୍କ ଝିଅ ପାଇଲେ ଆଇଏସ୍‌ଏସ୍‌

ଫରିଦାବାଦ,୪ା୮: ସଂଘ ଲୋକ ସେବା ଆୟୋଗ (ୟୁପିଏସ୍‌ସି) ଭାରତୀୟ ପ୍ରଶାସନିକ ସେବା (ଆଇଏସ୍‌ଏସ୍‌) ପରୀକ୍ଷାର ରେଜଲ୍ଟ ବାହାରିଛି। ଏହି ପରୀକ୍ଷାରେ ହରିୟାଣାର ଝିଅ କଳ୍ପନା ଦେଶରେ ୧୨ତମ ର଼୍ୟାଙ୍କ୍‌ ହାସଲ କରିଛନ୍ତି। ବିନା କୋଚିଂରେ ସେ ଏହି ପରୀକ୍ଷାରେ ସଫଳତା ହାସଲ କରିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

କଳ୍ପନାଙ୍କ ଏହି ସଫଳତାରେ ତାଙ୍କ ଘର ଆଜାଦଗର ଅଞ୍ଚଳରେ ମିଠା ବାଣ୍ଟି ଖୁସି ମନାଯାଉଛି। କଳ୍ପନାଙ୍କ ମା’ ରାଜବାଳାଙ୍କ ଖୁସି କହିଲେ ନ ସରେ। ତାଙ୍କ କହିବା କଥା ତାଙ୍କ ଝିଅ କେବଳ ପରିବାର ନୁହେଁ ସମଗ୍ର ଦେଶ ପାଇଁ ନାଁ କରିଛନ୍ତି। ସେ କହିଛନ୍ତି, ଝିଅ ପିଲାଦିନରୁ ବହୁତ ପରିଶ୍ରମୀ। ଆଜି ତାଙ୍କୁ ସଫଳତା ମିଳିଛି।

କଳ୍ପନା ଭାରତୀୟ ପ୍ରଶାସନିକ ସେବା (ଆଇଏସ୍‌ଏସ୍‌) ପାଇଁ ପ୍ରସ୍ତୁତି କରୁଥିଲେ। କିନ୍ତୁ ବିନା କୋଚିଂରେ ସେ ଏହି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। କଳ୍ପନା କହିଛନ୍ତି, କୋଚିଂ ନେବା ମୋ’ ପକ୍ଷେ ବହୁତ କଷ୍ଟସାଧ୍ୟ ଥିଲା। କାରଣ  ମା’ ରାଜବାଳା କ୍ଷୀର ବିକି ପରିବାର ଚଳାନ୍ତି। ଏଥିରେ ଘର ଚଳିବା ବହୁତ କଷ୍ଟ। ତେଣୁ ପଇସା ନ ଥିବାରୁ କୋଚିଂ ନେଇପାରି ନ ଥିଲି। କଳ୍ପନାଙ୍କ ପିତା କୌଣସି ଏକ ଛୋଟ କାର୍ଯ୍ୟ କରୁଥିବା ବେଳେ ଭାଇ ଏମ୍‌ବିବିଏସ୍‌ ଇଣ୍ଟର୍ନଶିପ୍‌ କରୁଛନ୍ତି।

Share