Categories: ବାଣିଜ୍ୟ

ଇଣ୍ଡଲଜ୍‌ରେ ‘ମିଲ୍କ ଶେକ୍‌ ହେୟାର ସ୍ପା’

ଭୁବନେଶ୍ୱର,୪ା୧୦: ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ଥିବା ଇଣ୍ଡଲ୍‌ଜ ସାଲୁନ୍‌ ପରିସରରେ ଅନ୍ତର୍ଜାତୀୟ ହେୟାର କେୟାର ବ୍ରାଣ୍ଡ୍‌ ‘ମିଲ୍କ ଶେକ୍‌ ହେୟାର ସ୍ପା’ ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଭୂମିକା ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଇଣ୍ଡଲଜ୍‌ର ପ୍ରତିଷ୍ଠାତା ସୁକୀର୍ତ୍ତି ପଟ୍ଟନାୟକ ଓ ଆବସୋଲ୍ୟୁଟ୍‌ ବ୍ୟୁଟି କନ୍‌ସେପ୍ଟର ନିର୍ଦ୍ଦେଶକ ୟାସେସ୍‌ ଭରୱାଡା ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ଭିନ୍ନ ଧରଣର ସ୍ପା ସେବା ସାଙ୍ଗକୁ ସୁନ୍ଦର ଓ ସୁସ୍ଥ କେଶ ପ୍ରତି ଧ୍ୟାନ ଦେଉଥିବା ଗ୍ରାହକମାନଙ୍କୁ ଏକ ସମୃଦ୍ଧ ଅଭିଜ୍ଞତା ପ୍ରଦାନ କରାଯାଇଥାଏ। ଏପରିକି ଏହାର ଉପତ୍ାଦର ସୂତ୍ର, ଗୁଣବତ୍ତା, ଉପାଦାନ, ସୁଗନ୍ଧ ଏବଂ ସେବା ଅଭିଜ୍ଞତା ବଜାରରେ ନିୟମିତ କେଶ ସ୍ପାଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି।

Share