Categories: ଜାତୀୟ

ମିଲ୍‌ଖାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର, ସ୍ତ୍ରୀ ଗୁରୁତର

ଚଣ୍ଡିଗଡ଼,୨୬।୫: କିମ୍ବଦନ୍ତୀ ଆଥ୍‌ଲେଟ ମିଲ୍‌ଖା ସିଂଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କୁ ଆଇସିୟୁରୁ ବାହାରକୁ ନିଆଯାଇଛି। ସେ କୋଭିଡ୍‌ ନିମୋନିଆ ପୀଡ଼ିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ତାଙ୍କ ୮୨ ବର୍ଷୀୟା ସ୍ତ୍ରୀ ନିର୍ମଲ କୌର କୋଭିଡ୍‌ ନିମୋନିଆ ପୀଡ଼ିତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ କୋଭିଡ୍‌ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ନିର୍ମଲ ଭାରତର ପୂର୍ବତନ ଭଲିବଲ ଅଧିନାୟିକା। ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି ବୋଲି ହସ୍ପିଟାଲ କତ୍ତୃର୍ପକ୍ଷ କହିଛନ୍ତି। ସୋମବାର ମିଲ୍‌ଖାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେହିଦିନ ସେ କୋଭିଡ୍‌ ନିମୋନିଆରେ ଆକ୍ରାନ୍ତ ଥିଲେ ବୋଲି ଜଣାପଡିଥିଲା।

Share