ବଲାଙ୍ଗିର ଜିଲା ପ୍ରଶାସନ ସହ ମିଲର୍‌ଙ୍କ ଆଲୋଚନା ବିଫଳ: ଧାନ କିଣାକୁ ନେଇ ଦ୍ବନ୍ଦ

ବଲାଙ୍ଗୀର,୩୦।୧୧:(ସୁନୀଲ କୁମାର ମହାନ୍ତି):ବଲାଙ୍ଗିର ଜିଲା ପ୍ରଶାସନ ସହ ମିଲର୍‌ଙ୍କ ଆଲୋଚନା ବିଫଳ ହୋଇଛି। ଧାନ କିଣିବା ପାଇଁ ପ୍ରଶାସନ ସହ କୌଣସି ମିଲର୍ ଚୁକ୍ତି କରିନାହିଁ। କଷ୍ଟମ ମିଲିଂ, ଦର ବୃଦ୍ଧି ଭଳି ୮ ଦଫା ଦାବିରେ ମିଲର୍‌ ଅଟଳ ରହିଥିବା ବେଳେ ଡିସେମ୍ବର ୨ରୁ ଜିଲାରେ ଧାନ କିଣା ଆରମ୍ଭ ହେବାର ଅଛି। ଏବେ ଆଲୋଚନା ବିଫଳ ପରେ ଧାନ କିଣାକୁ ନେଇ ଦ୍ବନ୍ଦ ଲାଗି ରହିଛି।

ଧାନ କିଣା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ରପାତ୍ରଙ୍କ କଡ଼ା ଚେତାବନୀ ଦେଇଥିଲେ। ମିଲରଙ୍କୁ ତାଗିଦ୍‌ କରିଥିଲେ ମନ୍ତ୍ରୀ।
ମନ୍ତ୍ରୀ ପାତ୍ର କହିଥିଲେ, ମଣ୍ଡି ବ୍ୟତୀତ ବାହାରୁ ଧାନ କିଣିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବାହାରୁ ଧାନ କିଣୁଥିବା ମିଲରଙ୍କ ମିଲ୍‌କୁ ସିଲ୍‌ କରାଯିବ। ଏହା ସହ ମିଲ୍‌କୁ କଳା ତାଲିକାଭୁକ୍ତ କରାଯିବ। ନୂଆପଡ଼ାରେ ଏହି କାରଣ ପାଇଁ ମିଲ୍‌କୁ ସିଲ୍‌ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ଆଗକୁ ଯିଏ ବି ଏମିତି କାମ କରିବ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ପାତ୍ର କହିଥିଲେ।

Share