Advertisement

ଦୈନନ୍ଦିନ ଜୀବନରେ ମାଣ୍ଡିଆର ଆବଶ୍ୟକତା….

କର୍ଲାମୁଣ୍ଡା,୧୫।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ବିଆର୍‌ ଆମ୍ବେଡକର ଉଚ୍ଚ ବିଦ୍ୟାଳୟ ଠାରେ  ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ଦୁଇଦିନିଆ ଖାଦ୍ୟଶସ୍ୟ ମେଳା ଉଦ୍‌ଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କର୍ଲାମୁଣ୍ଡା ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂ, ସମ୍ମାନିତ ଅତିଥି ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରୋହିତ ରଣା, ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀବତ୍ସ ରଣା, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ବାରିକ, ଅଗ୍ରଣୀ ଚାଷୀ ଉଗ୍ରସେନ ଧାରୁଆ, ଶ୍ରୀଅନ୍ନ ଅଭିଯାନ ପ୍ରକଳ୍ପ ବିପିସି ଜଗଦୀଶ ପ୍ରସାଦ ରଣା ପ୍ରମୁଖ ଯୋଗ ଦେଇ ସରକାରଙ୍କ ମିଲେଟ ମିଶନ ଯୋଜନା ତଥା ମାଣ୍ଡିଆକୁ ଦୈନନ୍ଦିନ ଜୀବନରେ ଖାଦ୍ୟ ରୂପେ ଗ୍ରହଣ କରିବାର ଆବଶ୍ୟକତା ଉପରେ ଆଲୋଚନା କରିବା ସହ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ। ଏହି ଅବସରରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ୍‌ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ସିଆର୍‌ପି ଧୁରାବନ ବାଗ, ଭାନୁମତି ପ୍ରଧାନ, ପ୍ରବୀଣ ଭୋଇ, ଆକାଉଣ୍ଟାଣ୍ଟ ଦେବାଶିଷ ନାଗଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସହାୟତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share