କରୋନା ଭ୍ୟାକ୍ସିନ ପାଇଁ ମାରି ଦିଆଯିବ ୫ ଲକ୍ଷ ଶାର୍କ!

ୱାଶିଂଟନ,୨୯ ।୯: କରୋନା ମହାମାରୀରୁ ବଞ୍ଚିବା ପାଇଁ ଏବେ ଅନେକ ଦେଶ ଏହାର ଭ୍ୟାକ୍ସିନ ବା ଟିକା ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି । ତେବେ ଏହି ଟିକା ପ୍ରସ୍ତୁତି ପାଇଁ କେତେକ ଦେଶ ସମୁଦ୍ରର ବିରଳ ଜୀବ ଶାର୍କକୁ ଶିବାର କରୁଥିବା ଜଣାପଡିଛି । ଏବେ ଏହାକୁ ନେଇ ବନ୍ୟଜନ୍ତୁ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି । ସେମାନଙ୍କ ମତରେ ଯଦି ଶାର୍କକୁ ମାରି କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରାଯାଏ ତେବେ ବିଶ୍ୱରେ ପାଖାପାଖି ୫ ଲକ୍ଷ ଶାର୍କଙ୍କୁ ହତ୍ୟା କରିବାକୁ ପଡିବ । ଶାର୍କର ଲିଭରରେ ତିଆରି ହେଉଥିବା ଏକ ତେଲ ସ୍କେ୍ୱଲିନ ପାଇଁ ଏହାକୁ ମାରି ଦିଆଯାଉଥିବା କୁହାଯାଉଛି । ଏହା ଏକ ସ୍ୱତନ୍ତ୍ର ତେଲ ଯାହା ପ୍ରାକୃତିକ ଭାବେ ତିଆରି ହୋଇଥାଏ । ଏହାର ଉପଯୋଗ ଜ୍ୱରର ଭ୍ୟାକ୍ସିନକୁ ପ୍ରଭାବଶାଳୀ କରିବାକୁ ବ୍ୟବହାର କରାଯାଇଥାଏ । ବର୍ତ୍ତମାନ କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରୁଥିବା କେତେକ ନିର୍ମାତା ଶାର୍କ ତେଲକୁ ନିଜ ଭ୍ୟାକ୍ସିନକୁ ପ୍ରଭାବଶାଳୀ କରିବାକୁ ବ୍ୟବହାର କରୁଥିବା କୁହାଯାଉଛି । ହେଲେ ଏପର୍ଯ୍ୟନ୍ତ ଏଭଳି ଭ୍ୟାକ୍ସିନର ପ୍ରଭାବଶାଳୀତାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ଶାର୍କ ସଂରକ୍ଷରକୁ ନେଇ କାମ କରୁଥିବା ସମୁହ ଶାର୍କ ଇଲାଇଜ ଦାବି କରିଛି ଯଦି ଶାର୍କ ତେଲରୁ ପ୍ରସ୍ତୁତ ଭ୍ୟାକ୍ସିନ ସମସ୍ତ ବିଶ୍ୱବାସୀଙ୍କୁ ଦିଆଗଲା ତେବେ ଏଥିପାଇଁ ପାଖାପାଖି ୨,୪୦,୦୦୦ ଶାର୍କ ମାରିବାକୁ ପଡିବ । ଅନ୍ୟ କେତେଜଣ ବିଶେଷଜ୍ଞ କହିଛନ୍ତି ଶାର୍କ ଇଲାଇଜ ଦେଇଥିବା ସଂଖ୍ୟା ବହୁତ କମ୍ । କରୋନା ଭାଇରସଠାରୁ ଦୂରେଇ ରହିବାକୁ ଜଣକୁ ୨ ଡୋଜ୍ ଭ୍ୟାକ୍ସିନ ଦିଆଯାଉଛି । ତେଣୁ ଏହି ହିସାବରେ ଯଦି ବିଶ୍ୱବାସୀଙ୍କୁ ଶାର୍କ ତେଲରୁ ପ୍ରସ୍ତୁତ ଭ୍ୟାକ୍ସିନ ଦିଆଯାଏ ତେବେ ପାଖାପାଖି ୫ ଲକ୍ଷ ଶାର୍କଙ୍କୁ ମାରିବାକୁ ପଡିବ । ଯାହା ସମୁଦ୍ର ପରିବେଶ ଉପରେ ଖୁବ୍ ପ୍ରଭାବ ପକାଇବ । ଶାର୍କ ଏଲିଜର ସ ଂସ୍ଥାପକ ତଥା କାର୍ଯ୍ୟକାରୀ ନିର୍ଦ୍ଦେଶକ ଷ୍ଟେଫନି ପ୍ରେଡଲ କହିଛନ୍ତି କୌଣସି ଜଙ୍ଗଲି ଜନ୍ତୁଙ୍କଠାରୁ କୌଣସି ଜିନିଷ ପ୍ରାପ୍ତ କରିବା କେବେବି ଚିରସ୍ଥାୟୀ ହୋଇ ନ ଥାଏ । ଶାର୍କ ସମୁଦ୍ରର ଚରମ ଶିକାରୀ ଜୀବ ହୋଇଥିବା ବେଳେ ଏମାନଙ୍କ ପ୍ରଜନନ ସଂଖ୍ୟା ମଧ୍ୟ ବହୁତ କମ୍ । ଏପଟେ କରୋନା ଭାଇରସ ପୃଥିବୀରେ କେତେଦିନ ରହିବ ତା’ର କୌଣସି ସଠିକ୍ ତଥ୍ୟ ନାହିଁ । ତେଣୁ ଏହି ହିସାବରେ ଯଦି ଶାର୍କ ଶିକାର କରାଯାଏ ତେବେ ଖୁବ୍ କମ୍ ସମୟ ମଧ୍ୟରେ ଏହି ସାମୁଦ୍ରିକ ଜୀବ ଲୋପ ପାଇଯିବା କିଛି ବିଚିତ୍ର କଥା ନୁହେଁ ।

Share