Categories: ଫୁରସତ

ସେଲ୍‌ଫି ବିକି ଯୁବକ କୋଟିପତି, ଜାଣନ୍ତୁ କେମିତି ଏତେ ଟଙ୍କା କଲେ ରୋଜଗାର

ଦୁନିଆରେ ସମସ୍ତ ବ୍ୟକ୍ତିଙ୍କ କିଛି ନା କଛି ସ୍ବପ୍ନ ରହିଥାଏ। କିପରି ଅଧିକ ଅର୍ଥ ରୋଜଗାର କରି ଭଲରେ ଚଳିବେ ସେନେଇ ଅଧିକାଂଶ ଲୋକ ଭାବିଥାନ୍ତି। ଏଥିପାଇଁ ନୂଆ ନୂଆ ଉପାୟ ମଧ୍ୟ ଖୋଜିଥାନ୍ତି। ଆଜି ଏମିତି ଜଣେ ଯୁବକ ବିଷୟରେ କହିବୁ ଯେ କି, କେବଳ ସେଲ୍‌ଫି ବିକି କୋଟିପତି ହୋଇପାରିଛନ୍ତି। ଏହି ଯୁବକଙ୍କ ବୟସ ମାତ୍ର ୨୨ ବର୍ଷ। ସେ ସେଲ୍‌ଫି ବିକି ୭ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି।

ଇଣ୍ଡୋନେସିଆରେ ରହୁଥିବା ସୁଲତାନ ଗୁସ୍ତାଫ ଅଲୀ ଘୋଜାଲି ନାମକ ଏହି ଯୁବକ କମ୍ପ୍ୟୁଟର ସାଇନ୍ସ ପଢୁଛନ୍ତି। ସେ ୧୮ ବର୍ଷ ବୟସରେ ନିଜର ୧୦୦୦ ସେଲ୍‌ଫି ଉଠାଇଛନ୍ତି। ତେଣୁ ସେ ଏହି ସେଲ୍‌ଫି ବିକି କିପରି ଏତେ ଟଙ୍କା ରୋଜଗାର କଲେ ସେ ବିଷୟରେ ଜାଣନ୍ତୁ…

ସୁଲତାନ ‘ଘୋଜାଲି ଏବ୍ରିଡ୍‌’ ନାମକ ଏକ ଭିଡିଓ ପ୍ରୋଜେକ୍ଟ ତିଆରି କରିଥିଲେ। ଏହି ଭିଡିଓକୁ ସେ ଏମିତି ବନାଇଥିଲେ ଯେମିତି କି ଲୋକଙ୍କୁ ଏହା ମଜା ଲାଗିବ। ଏନ୍‌ଏଫ୍‌ଟି ସୁଲତାନଙ୍କ ଏହି ପ୍ରୋଜେକ୍ଟକୁ କିଣିନେଲା। ଏନ୍‌ଏଫ୍‌ଟି ଏକ ଡିଜିଟାଲ ପ୍ଲାଟ୍‌ଫର୍ମ। ଏଥିରେ ବ୍ଲାକ୍‌ଚେନ୍‌ ଟେକ୍ନୋଲୋଜି ବ୍ୟବହାର କରି କିଣାବିକା କରାଯାଏ। ସୁଲତାନ ନିଜର ସେଲ୍‌ଫି ଏନ୍‌ଏଫ୍‌ଟି ନିଲାମୀ ସାଇଟ୍‌ ଓପନ୍‌ ସିରେ ବିକି ଥିଲେ। ସେ କହିଛନ୍ତି, ମୁଁ କେବେ ଭାବି ନ ଥିଲି ଏତେ ଟଙ୍କାରେ ମୋ’ ସେଲ୍‌ଫି କିଏ କିଣିବ। ଯାହାର ଦାମ୍‌ ଥିଲା ୩ ଡଲାର।

ଏହା ପରେ ଜଣେ ସେଲିବ୍ରିଟି ତାଙ୍କ ସେଲ୍‌ଫି କିଣିବାକୁ ଆସିଥିଲେ। ଏହାକୁ ସେ ସୋସିଆଲ ମିଡିଆରେ ପ୍ରମୋଟ କରିଥିଲେ। ଏହା ପରେ ୪୦୦ରୁ ଅଧିକ ଲୋକ ଏହି ଫଟୋକୁ କିଣିଥିଲେ। ଏବେ ସୁଲତାନ କୋଟିକୋଟି ଟଙ୍କା ରୋଜାଗାର କରୁଛନ୍ତି। ତାଙ୍କର ସୋସିଆଲ ମିଡିଆରେ ୪୦ ହଜାର ଫଲୋଅର୍ସ ଅଛନ୍ତି। ପ୍ରଥମଥର ପାଇଁ ସେ ସରକାରଙ୍କୁ ଟ୍ୟାକ୍ସ ବି ଦେଇଛନ୍ତି।

Share