Categories: ଜାତୀୟ

କୋଟିପତି କନଷ୍ଟେବଳ, ପାଖରେ ଏକାଧିକ ବିଳାସପୂର୍ଣ୍ଣ ବିଲ୍ଡିଂ…

ପାଟନା,୨୧।୯: ବିହାରରେ ସରକାର ଦୁର୍ନୀତି ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ ଜାରି ରଖିଛନ୍ତି। ଏବେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରାଜ୍ୟ ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା କନଷ୍ଟେବଳ ନରେନ୍ଦ୍ର କୁମାର ଧିରଜଙ୍କର ୯ଟି ଘରେ ଚଢ଼ାଉ ଜାରି ରହିଛି। ନରେନ୍ଦ୍ରଙ୍କର ଆରା, ମୁଜାଫରପୁର,ପାଟନା, ଅରଓ୍ବଲ ଆଦିଠାରେ ଥିବା ବିଳାସପୂର୍ଣ୍ଣ ବହୁ ମହଲା ବିଲ୍ଡିଂରେ ମଙ୍ଗଳବାର ଏକ ସମୟରେ ଚଢ଼ାଉ କରାଯାଇଛି।

ସେ ନିଜ ନାମରେ ଏବଂ ପରିବାର ତଥା ବନ୍ଧୁବାନ୍ଧବଙ୍କ ନାମରେ ବହୁ ସମ୍ପତ୍ତି କରିଥିବା ଅଭିଯୋଗ ହୋଇଛି। ଚଢ଼ାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି।

Share