Categories: ଜାତୀୟ

କୋଟିପତି ମହିଳା ସରପଞ୍ଚ, ପାଖରେ ୩୦ ଗାଡ଼ି-ବିଳାସପୂର୍ଣ୍ଣ ବଙ୍ଗଳା…

ଭୋପାଳ,୩୧।୮: ମଧ୍ୟପ୍ରଦେଶର ରେୱାସ୍ଥିତ ବୈଜନାଥ ଗାଁର ମହିଳା ସରପଞ୍ଚ ସୁଧା ସିଂଙ୍କ ଘରେ ମଙ୍ଗଳବାର କରାଯାଇଛି। ତାଙ୍କ ପାଖରେ ଏକ ଏକର ପରିମିତ ଅଞ୍ଚଳରେ ବିରାଟ ବିଳାସପୂର୍ଣ୍ଣ ବଙ୍ଗଳା ସହିତ ୩୦ ପ୍ରକାର ଗାଡ଼ି ରହିଥିବାର ଜଣାପଡ଼ିଛି। ବଙ୍ଗଳା ଭିତରେ ଏକ ସୁଇମିଂ ପୁଲ ମଧ୍ୟ ରହିଛି। ସରପଞ୍ଚଙ୍କ ନାମରେ ୨ କ୍ରସର ପ୍ଲାଣ୍ଟ ସମେତ ପ୍ରାୟ ୧୦ କୋଟି ଟଙ୍କାର ଚଳ ଅଚଳ ସମ୍ପତ୍ତି ରହିଛି। ତାଙ୍କର ଅନ୍ୟ ଗୋଟିଏ ଘର ମଧ୍ୟ ରହିଥିବା ଏସ୍‌ପି ରାଜେନ୍ଦ୍ର କୁମାର ବର୍ମା ସୂଚନା ଦେଇଛନ୍ତି। ଏନେଇ ୪ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ମହିଳା ସରପଞ୍ଚଙ୍କ ପାଖରେ ବହୁ ପରିମାଣର ଆୟ ବହିର୍ଭୁତ ସମ୍ପତ୍ତି ଥିବାରୁ ଅଭିଯୋଗ ମିଳିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ଚଢ଼ାଉ କରାଯାଇଥିଲା।

Share