କୋଟିପତି ଏମ୍‌ଭିଆଇ ଗିରଫ, ଆୟଠାରୁ ୨୯୩ ପ୍ରତିଶତ ଅଧିକ ସମ୍ପତ୍ତି ଠାବ

ନୟାଗଡ଼,୧୦ା୧(ଲୋକନାଥ ମିଶ୍ର): ରାଜ୍ୟରେ ପୁଣି ଜଣେ କୋଟିପତିଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମ୍‌ଭିଆଇ ପଞ୍ଚାନନ ବେହେରା ବୁଧବାର ଗିରଫ ହୋଇଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର ଏକକାଳୀନ ୭ଟି ଘର ଉପରେ ଚଢ଼ାଉ ଚାଲିଥିଲା। ଭୁବନେଶ୍ୱର ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତିଙ୍କ ନିର୍ଦ୍ଦେଶରେ ଚଢାଉ କରାଯାଇଥିଲା। ଏନେଇ ଭିଜିଲାନ୍ସ କୋର୍ଟ ପକ୍ଷରୁ ଓ୍ବାରେଣ୍ଟି ଜାରି ହୋଇଥିଲା। ଚଢ଼ାଉରେ ୬ ଡିଏସ୍‌ପି, ୩ ଇନ୍ସପେକ୍ଟର, ୮ ଏଏସଆଇ ଏବଂ ଅନ୍ୟ କର୍ମଚାରୀଙ୍କ ସାମିଲ ହୋଇଥିଲେ। ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୨ୟ ମହଲା ବିଶିଷ୍ଟ ଭୁବନେଶ୍ୱର ଶୈଳଶ୍ରୀ ବିହାର, ପାଣ୍ଡରାର ୨ଟି ଘର, ନୟାଗଡ଼ର ଓଡ଼ଗାଁ ରାସ୍ତାର ଭଡା ଘର, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମ୍‌ଭିଆଇ ଅଫିସ, କଟକ ଜିଲା ବାଲିଆପଡ଼ା, ଖୋର୍ଦ୍ଧାର ଗୋବିନ୍ଦପୁର ଘର ଉପରେ ଚଢ଼ାଉ ଚାଲିଥିଲା। ଆୟଠାରୁ ୨୯୩ ପ୍ରତିଶତ ଅଧିକ ସମ୍ପତ୍ତି ଠାବ କରିଛି ଭଜିଲାନ୍ସ ବିଭାଗ।

 

Share