କାହା ଭାଗ୍ୟ କେତେବେଳେ ବଦଳିବ ତାହା କହିବା କଷ୍ଟକର। ହେମାର୍କେଟର ଜଣେ ମହିଳାଙ୍କ ସହ ସମାନ ଘଟଣା ଘଟିଛି। ସାଧାରଣତଃ ଭାଲେଣ୍ଟାଇନ୍ସ ଡେ’ ଅବସରରେ ସମସ୍ତେ ନିଜ ସାଥୀଙ୍କୁ ଏକ ବିଶେଷ ଉପହାର ଦିଅନ୍ତି । ଏଥିରେ ଫୁଲ, ଚକୋଲେଟ, ଟେଡି ଇତ୍ୟାଦି ସାମିଲ ଥାଏ। ମାରିଆ ଚିକାସଙ୍କୁ ନାମକ ଜଣେ ମହିଳାଙ୍କ ସ୍ବାମୀ ତାଙ୍କୁ ଲଟେରୀ ଟିକେଟ ଉପହାର ଦେଇଥିଲେ। କିନ୍ତୁ ଭାଲେଣ୍ଟାଇନ୍ସ ଡେ’ର ବିଶେଷ ଉତ୍ସବରେ ମାରିଆ ଖୁସି ନ ଥିଲେ। ସେସ୍ବାମୀଙ୍କ ଉପରେ ରାଗିଯାଇଥିଲେ। ସେତେବେଳେ ଏହା ତାଙ୍କୁ କାଗଜ ଖଣ୍ଡ ଭଳି ଲାଗୁଥିଲା, କାରଣ ଏହା ପୂର୍ବରୁ ସ୍ବାମୀ ମଧ୍ୟ ଲଟେରୀ ଟିକେଟ କିଣିଥିଲେ। କିନ୍ତୁ ସେ କେବେବି ଲଟେରୀ ଜିତି ନ ଥିଲେ। କିନ୍ତୁ ଏବେ ସେ ଲଟେରୀ ଟିକେଟ୍ ତାଙ୍କ ଭାଗ୍ୟ ବଦଳାଇ ଦେଇଛି।
ସେ ଏବେ ୧୦ କୋଟି ଟଙ୍କା ଲଟେରୀ ଜିତିଛନ୍ତି। ଭାଲେଣ୍ଟାଇନ୍ସ ଡେ’ର କିଛି ଦିନ ପୂର୍ବରୁ ତାଙ୍କ ସ୍ବାମୀ ମାନାସର ୯୧୦୩ ମ୍ୟାଥିସ ଆଭେନ୍ୟୁରେ ଇନ ଏବଂ ଆଉଟ ମାର୍ଟରୁ ଏହି ଲଟେରୀ ଟିକେଟ କିଣିଥିଲେ।