Categories: ଜାତୀୟ

ଗିରଫ ହେଲା କୋଟିପତି ଚୋର, ନାଁ ବଦଳାଇ କରିଥିଲା ବିବାହ

ମୁମ଼୍ବାଇ, ୬।୭: ବହୁଦିନ ଧରି ଚୋରି କରି ମୁମ଼୍ବାଇରେ ଅଏସ୍‌ କରୁଥିବା ଜଣେ କୋଟିପତି ଚୋରକୁ ଗିରଫ କରିଛି ଗୁଜୁରାଟ ପୋଲିସ । ଏହି ଚୋର ନାଁରେ ୧୯ଟି ଡକାୟତି ମାମଲା ରହିଛି । ବିଭିନ୍ନ ରାଜ୍ୟକୁ ଯାଇ ଚୋରି କରୁଥିବା ଏହି ଚୋରର ନାମ ରୋହିତ କନୁଭାଇ ସୋଲଙ୍କି ବୋଲି ଜଣାପଡ଼ିଛି । ଗତ ମାସରେ ଏକ ଚୋରି କରି ପୋଲିସ୍‌ ହାତରେ ଧରାପଡ଼ିଥିଲା ଏହି କୋଟିପତି ଚୋର ରୋହିତ। ପୋଲିସ୍‌ ଏନେଇ ଖୋଳତାଡ଼ କରିବା ପରେ ରୋହତର ବିଳାଶବ୍ୟସନ ଦେଖି ଚକିତ ହୋଇଯାଇଥିଲା ।

ପୋଲିସ୍‌ ତଦନ୍ତ ପରେ ଜାଣିବାକୁ ପାଇଥିଲା ଯେ ରୋହିତ ଏକ ବିଳାଶପୂର୍ଣ୍ଣ ଫ୍ଲାଟ୍‌ରେ ରୁହେ । ଯାହାର ଦାମ୍‌ ୧ କୋଟିରୁ ଅଧିକ । ଏହା ମୁମ଼୍ବାଇର ମୁମ଼୍ବାରେ ରହିଛି ଏବଂ ସେ ଅଡି କାର ମଧ୍ୟ ବ୍ୟବହାର କରୁଥିଲା । ପଚରାଉଚରା ପରେ ରୋହିତ ପୋଲିସ୍‌ ଆଗରେ ସବୁ ସତ କଥା ମାନିଛି । ସେ ୧୯ଟି ଡକାୟତି କରିଥିବା ସ଼୍ବୀକାର କରିଛି । ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଆନ୍ଧ୍ର ପ୍ରଦେଶ ଆଦି ରାଜ୍ୟରେ ସେ ଚୋରି କରିଛି । ଜଣେ ମୁସଲମାନ୍‌ ମହିଳାଙ୍କୁ ବିବାହ କରିବା ପାଇଁ ସେ ତା ନାଁ ପରିବର୍ତ୍ତନ କରି ଆରହନ୍‌ ରଖିଥିବା ପୋଲିସ୍‌ କହିଛି ।

Share