ପାକିସ୍ତାନରେ ଗୋଟିଏ ପିଅନ ପଦବୀ ପାଇଁ ଲକ୍ଷ ଲକ୍ଷ ଆବେଦନ

ଇସ୍‌ଲାମାବାଦ, ୨୮।୯: ପାକିସ୍ତାନର ଏକ ହାଇକୋର୍ଟରେ ଗୋଟିଏ ପିଅନ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ଏଥିପାଇଁ ଏମ୍‌ଫିଲ୍‌ ଡିଗ୍ରୀଧାରୀଙ୍କ ସମେତ ୧୫ ଲକ୍ଷ ଆଶାୟୀ ଆବେଦନ କରିଛନ୍ତି। ଏହା ଦର୍ଶାଉଛି ପାକିସ୍ତାନରେ ବେରୋଜଗାରୀର ସ୍ଥିତି କେମିତି।

ଦେଶର ଶିକ୍ଷିତ ଜନସଂଖ୍ୟାର ଅନୂ୍ୟନ ୨୪ ପ୍ରତିଶତଙ୍କ ହାତରେ କାମ ନାହିଁ। ଅଣ୍ଡରଗ୍ରାଜୁଏଟ୍‌ ଓ ଗ୍ରାଜୁଏଟ୍‌ଙ୍କ ମଧ୍ୟରୁ ୪୦ ପ୍ରତିଶତ ବେକାର। ପାକିସ୍ତାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡେଭେଲପମେଣ୍ଟ ଇକୋନୋମିକ୍ସ (ପିଆଇଡିଇ) ଅନୁଯାୟୀ, ଦେଶରେ ୧୬ ପ୍ରତିଶତରୁ ଅଧିକ ବେରୋଜଗାର।

Share