ସିରିଆକୁ ଲକ୍ଷାଧିକ ବିସ୍ଥାପିତଙ୍କ ପଳାୟନ

ବେରୁଟ୍‌/ଜେରୁଜେଲମ୍‌,୧।୧୦: ଇସ୍ରାଏଲ୍‌ର ହେଜ୍‌ବୋଲ୍ଲା ଦମନ ଅଭିଯାନ ‘ଅପରେଶନ୍‌ ନ୍ୟୁ ଅର୍ଡର’ ଲେବାନନ୍‌କୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଛି। ଆକାଶମାର୍ଗରୁ ଘନ ଘନ ରକେଟ ମାଡ଼ ଯୋଗୁ ବହୁ ଲୋକଙ୍କ ଘରଦ୍ୱାର ଭାଙ୍ଗିଯାଇଛି। ଲୋକେ ପ୍ରାଣ ବିକଳରେ ପଡ଼ୋଶୀ ସିରିଆକୁ ପଳାୟନ କରିବାରେ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ୧ ଲକ୍ଷରୁ ଅଧିକ ଲେବାନନ୍‌ ବାସିନ୍ଦା ସିରିଆକୁ ଯାଇ ଆଶ୍ରୟ ନେଇଥିବା ଜାତିସଂଘ ଶରଣାର୍ଥୀ ସଂସ୍ଥା (ୟୁଏନ୍‌ଏଚ୍‌ସିଆର୍‌) ପକ୍ଷରୁ ସୂଚନା ଦିଆଯାଇଛି। ଲେବାନନ୍‌ ଓ ସିରିଆ ନାଗରିକଙ୍କ ପଳାୟନ ଜାରି ରହିଥିବା ୟୁଏନ୍‌ଏଚ୍‌ସିଆର୍‌ ମୁଖ୍ୟ ଫିଲିପ୍ପୋ ଗ୍ରାଣ୍ଡି ସୋମବାର ଏକ୍ସ’ରେ କହିଛନ୍ତି। ଜାତିସଂଘ ଅଧିକାରୀଙ୍କ ତଥ୍ୟ ମୁତାବକ ବିସ୍ଥାପିତଙ୍କ ମଧ୍ୟରୁ ଗଣପଳାୟନ କରିଥିବା ଲୋକଙ୍କ ସଂଖ୍ୟା ଗତ ୨ ଦିନ ମଧ୍ୟରେ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି। ସେମାନଙ୍କୁ ସାହାଯ୍ୟ କରିବା ପାଇଁ ୪ଟି କ୍ରସିଂ ପଏଣ୍ଟରେ ୟୁଏନ୍‌ଏଚ୍‌ସିଆର୍‌ ଅଧିକାରୀମାନେ ନିୟୋଜିତ ରହିଛନ୍ତି। ପିଲାଛୁଆଙ୍କୁ ଧରି ସୀମା ଅତିକ୍ରମ କରୁଥିବା ମହିଳାଙ୍କ ପଳାୟନ ଦୃଶ୍ୟ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ସିରିଆ ୧୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ହିଂସା ଓ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାବେଳେ ଲେବାନନ୍‌ବାସୀଙ୍କ ସେଠାକୁ ମଧ୍ୟ ପଳାୟନ କରିବାକୁ ବାଧ୍ୟ ହେବା ସମ୍ପୃକ୍ତ ଅଞ୍ଚଳରେ ଯୁଦ୍ଧର ଭୟାବହତାକୁ ଦର୍ଶାଉଛି।
୨୩ରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍‌ ଗାଜାରୁ ଲେବାନନ୍‌କୁ ମୁହଁାଇବା ପରେ ଯୁଦ୍ଧ ପ୍ରଭାବିତ ସିରିଆକୁ ଗଣପଳାୟନ ଆରମ୍ଭ ହୋଇଥିଲା। ଶୁକ୍ରବାର ହେଜ୍‌ବୋଲ୍ଲା ମୁଖ୍ୟ ହସନ୍‌ ନସ୍‌ରୁଲ୍ଲା ଓ ତାଙ୍କ ଅନେକ କମାଣ୍ଡର ନିହତ ହେବା ପରେ ଇରାନ୍‌ ସମର୍ଥିତ ଏହି ସଶସ୍ତ୍ର ଗୋଷ୍ଠୀର ଅଣ୍ଟା ଭାଙ୍ଗିଯାଇଛି। ଲେବାନନ୍‌ ଆକାଶରେ ଇସ୍ରାଏଲୀ ସେନାର ଯୁଦ୍ଧବିମାନ ଉଡ଼ୁଛି। ଆକ୍ରମଣରେ ୨୪ ଘଣ୍ଟା ମଧ୍ୟରେ ୧୩୬ ଜଣ ନିହତ ହୋଇଥିବା ଲେବାନନ୍‌ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ରାଜଧାନୀ ବେରୁଟ୍‌ ଉପରେ ଇସ୍ରାଏଲ୍‌ ପ୍ରଥମ ଥର ପାଇଁ ଆକ୍ରମଣ କରିଛି। କୋଲା ଅଞ୍ଚଳରେ ଏୟାରଷ୍ଟ୍ରାଇକ୍‌ରେ ଲିବରେଶନ୍‌ ଅଫ୍‌ ପାଲେଷ୍ଟାଇନ୍‌ ଗ୍ରୁପ୍‌ ଅଧୀନ ପପୁଲାର ଫ୍ରଣ୍ଟର ୩ ସଦସ୍ୟ ନିହତ ହୋଇଛନ୍ତି। ସପ୍ତାହକ ମଧ୍ୟରେ କେବଳ ଲେବାନନ୍‌ରେ ୭୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଲାଣି। ସେମାନଙ୍କ ମଧ୍ୟରେ ୧୪ ସ୍ବାସ୍ଥ୍ୟକର୍ମୀ ରହିଛନ୍ତି।
ସେପଟେ ୟେମେନ୍‌ର ବନ୍ଦର ସହର ହୋଦେଇଦା ଓ ରାସ୍‌ ଆଇସାରେ ଇସ୍ରାଏଲୀ ଏୟାର ଫୋର୍ସର ରକେଟ ମାଡ଼ରେ ଅନୂ୍ୟନ ୪ ଜଣ ନିହତ ହୋଇଛନ୍ତି। ହମାସ୍‌ର ସହଯୋଗୀ ହୁଟି ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଇସ୍ରାଏଲ୍‌ ଏହି ଏୟାରଷ୍ଟ୍ରାଇକ୍‌ କରିଛି। ଇତିମଧ୍ୟରେ ଇସ୍ରାଏଲ୍‌ ଓ ଅନ୍ୟ ପକ୍ଷମାନଙ୍କୁ ବ୍ରିଟେନ୍‌ ଅସ୍ତ୍ରବିରତି ପ୍ରସ୍ତାବ ଦେଇଛି। ସୋମବାର ପ୍ରଧାନମନ୍ତ୍ରୀ କିର୍‌ ଷ୍ଟର୍ମରଙ୍କ ଜଣେ ମୁଖପାତ୍ର କହିଛନ୍ତି, ଇସ୍ରାଏଲ୍‌କୁ ଆମତ୍ରକ୍ଷା ପାଇଁ ସମର୍ଥନ ଦେବାରେ ଆମେ ଦୃଢ଼ ନିଶ୍ଚିତ। କିନ୍ତୁ ବର୍ତ୍ତମାନ ସମସ୍ତ ପକ୍ଷଙ୍କୁ ସଂଯମ ହେବାକୁ ସ୍ପଷ୍ଟ ସନ୍ଦେଶ ଦେଉଛୁ। ଅସ୍ତ୍ରବିରତି ଜରିଆରେ ରାଜନୈତିକ ସମାଧାନ ହୋଇପାରିବ। ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳକୁ ଶାନ୍ତି ଓ ସ୍ଥିରତା ଫେରାଇ ଅଣାଯାଇପାରିବ। ଷ୍ଟର୍ମର ଓ ତାଙ୍କ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ବ୍ରିଟିଶ୍‌ ନାଗରିକଙ୍କୁ ତୁରନ୍ତ ଲେବାନନ୍‌ ଛାଡ଼ି କମର୍ସିଆଲ ଫ୍ଲାଇଟ୍‌ରେ ସ୍ବଦେଶକୁ ଫେରିଆସିବା ପାଇଁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳିଗଲା ସ୍କୁଲ ବସ୍‌: ୨୫ ଛାତ୍ରୀଛାତ୍ର ଜୀବନ୍ତ ଦଗ୍ଧ

ବ୍ୟାଙ୍କକ,୧।୧୦: ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ଏଠାରେ ଛାତ୍ର ଓ ଶିକ୍ଷକଙ୍କୁ ନେଇ ଯାଉଥିବା ଏକ ବସ୍‌ରେ ନିଆଁ ଲାଗିଯାଇଛି। ଏହି...

ଦୁର୍ଗାପୂଜାକୁ ମିଳିବ କି ନାହିଁ ମଞ୍ଜୁରୀ ସ୍ପଷ୍ଟ କଲା ବାଂଲାଦେଶ

ଢାକା,୧।୧୦: ନ୍ୟୁୟର୍କରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିବା ପରେ ବାଂଲାଦେଶର ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତାହିଦ ହୁସେନ ଏକ ବଡ଼ ବୟାନ ଦେଇଛନ୍ତି।...

କ୍ୟାବିନେଟ ସହ ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ, ଏବେ ଏହି ନେତା ହେବେ…

ଟୋକିଓ,୧।୧୦: ଜାପାନରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମଙ୍ଗଳବାର ତାଙ୍କ କ୍ୟାବିନେଟ ସହିତ ଇସ୍ତଫା ଦେଇଛନ୍ତି। କିଶିଦା ୨୦୨୧ରେ ଦାୟିତ୍ୱ ଗ୍ରହଣ କରିଥିଲେ,...

ନେତାନ୍ୟାହୁଙ୍କୁ ମାରିବାକୁ ଚାହୁଁଛି ଇରାନ: ରଚିଲା ଷଡଯନ୍ତ୍ର

ଜେରୁଜେଲମ,୧।୧୦:ଗତ ଏକ ବର୍ଷ ମଧ୍ୟରେ ଇସ୍ରାଏଲ ହମାସ ବିରୋଧରେ ଯୁଦ୍ଧ କରୁଛି। ଏହାସହ ଇସ୍ରାଏଲ ଲେବାନୀୟ ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲାର ମଧ୍ୟ ସାମ୍ନା କରିଥିଲେ। ଏହା...

ଆମେରିକା-ଚାଇନା ପରେ ୨୦୫୦ ପର୍ଯ୍ୟନ୍ତ ଏହି ଦେଶ ହେବ ଅଧିକ ଶକ୍ତିଶାଳୀ, ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ କହିଲେ ଏହାର ବଡ଼ କାରଣ…

ଲଣ୍ଡନ,୧ା୧୦: ଯଦି ଆମେ ଆଜି ଦୁନିଆର ସୁପରପାଓ୍ବାର ବା ସବୁଠୁ ଶକ୍ତିଶାଳୀ ଦେଶ ବିଷୟରେ କଥା ହେବା, ତେବେ ଆମେରିକା, ରୁଷିଆ, ଚାଇନା, ଫ୍ରାନ୍ସ ଏବଂ...

ବ୍ରିଟେନରେ ଶେଷ ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟ ବନ୍ଦହେଲା

ଲଣ୍ଡନ,୧।୧୦: ବ୍ରିଟେନରେ କୋଇଲାରେ ଚାଲୁଥିବା ଶେଷ ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟ ସୋମବାର ବନ୍ଦ ହୋଇଛି। ଫଳରେ ବ୍ରିଟେନରେ ଶିଳ୍ପ ବିପ୍ଳବକୁ ପ୍ରୋତ୍ସାହିତ କରି ୧୪୨ ବର୍ଷ...

ସ୍ଥଳଭାଗ ଯୁଦ୍ଧ ପାଇଁ ପ୍ରସ୍ତୁତ: ହେଜ୍‌ବୋଲ୍ଲା

ଇସ୍ରାଏଲୀ ଏୟାରଷ୍ଟ୍ରାଇକ୍‌ରେ ହେଜ୍‌ବୋଲ୍ଲା ମୁଖ୍ୟ ହସନ୍‌ ନସ୍‌ରଲ୍ଲାଙ୍କ ମୃତ୍ୟୁ ପରେ ସୋମବାର ସଙ୍ଗଠନର ଉପମୁଖ୍ୟ ନଇମ୍‌ କାସିମ୍‌ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ଇସ୍ରାଏଲ୍‌...

ଆମେରିକାରେ ତାଣ୍ଡବ ରଚିଲା ବାତ୍ୟା ହେଲେନ୍‌

ନର୍ଥ କାରୋଲିନା,୩୦ା୯: ଆମେରିକାରେ ବାତ୍ୟା ହେଲେନ୍‌ ତାଣ୍ଡବ ରଚିଛି। ବାତ୍ୟାଜନିତ ମୃତ୍ୟୁସଂଖ୍ୟା ୧୦୦ ଟପିଥିବା ବେଳେ ବହୁ କ୍ଷୟକ୍ଷତି ହୋଇଛି। ନର୍ଥ କାରୋଲିନାରେ ସର୍ବାଧିକ ୩୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri