ଭଦ୍ରକ ଅଫିସ,୨୧।୭: ଭଦ୍ରକ ଜିଲା ଚରମ୍ପା ରେଳ ଷ୍ଟେଶନ ନିକଟରୁ ଜଣେ ବ୍ୟକ୍ତିଙ୍କୁ କାବୁ କରି ନିକଟସ୍ଥ ଜିଆର୍ପି ଥାନାରେ ଲୋକେ ଜିମା ଦେଇଛନ୍ତି। ବ୍ୟକ୍ତି ଜଣକ ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟୁଥିବା ଜଣାପଡ଼ିଛି। ସେ ହେଲେ ଅନିଲ ସାହୁ।
ସୂଚନାଯୋଗ୍ୟ, ଅନିଲ କନସଲଟାନ୍ସି ସଂସ୍ଥା କରି ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟୁଥିଲେ । ଏନେଇ ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଶତାଧିକ ଲୋକଙ୍କଠାରୁ ପାଖାପାଖି ୫୦ ଲକ୍ଷରୁ ଅଧିକ ଟଙ୍କା ନେଇ ଫେରାର ଥିବା ନେଇ ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ବିଜ୍ଞାପନ ଦେଇ ବେକାର ଯୁବତୀ ଯୁବକଙ୍କୁ ଟାର୍ଗେଟ କରାଯାଉଥିଲା । ତେବେ ମଞ୍ଚେଶ୍ୱର ପୋଲିସ ଅଭିଯୁକ୍ତଙ୍କୁ ଭଦ୍ରକ ଜିଆରପି ନିକଟରୁ ନେଇଯାଇଛି।