ସ୍କୁଲରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି

ଜୁନାଗଡ଼,୩୧।୧: କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ଆଟିଗାଁ ସପ୍ତପଲ୍ଲୀ ବିଦ୍ୟାପୀଠରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୁତ୍ତମାନେ ସ୍କୁଲ କବାଟ ତାଲା ଭାଙ୍ଗି ଗୋଟିଏ ଜେନେରେଟର ୧୨ଟି କମ୍ପ୍ୟୁଟର, ୭ଟି ଫ୍ୟାନ, ୧୦ଟି ଚୌକ, ଷ୍ଟେବିଲାଇଜର, ୪୦ଟି ହେଡଫୋନ୍‌, ୱେବ କ୍ୟାମେରା, କମ୍ପ୍ୟୁଟର ସର୍ଭର ଆଦି ନେଇଯାଇଛନ୍ତି। ରବିବାର ସକାଳରେ ଘଟଣା ସମ୍ପର୍କରେ ଜାଣିବା ପରେ ପ୍ରଧାନ ଶିକ୍ଷକ ବିଜୟ କୁମାର ପଣ୍ଡା ଜୁନାଗଡ଼ ଥାନାରେ ଅଭିଯୋଗ କରିଥିଲେ। ଅପରାହ୍ନରେ ଜୁନାଗଡ଼ ପୋଲିସ ସାଇଣ୍ଟିଫିକ ଟିମ୍‌ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏ ନେଇ ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ କୁମାର ସାହୁଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଳିଛି। ଖୁବ୍‌ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି କହିଥିଲେ।

Share