Posted inଜାତୀୟ

କୋଟି କୋଟି ଶ୍ରୋତା ଏହି କାର୍ଯ୍ୟକ୍ରମର ଅସଲ ସୁତ୍ରଧର: ମୋଦି

ନୂଆଦିଲ୍ଲୀ,୨୯।୯: ରବିବାର ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ତାଙ୍କର ୧୧୪ତମ ଏପିସୋଡରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଏପିସୋଡ ଭାବପ୍ରବଣ ଅଟେ। ସେ କହିଛନ୍ତି ଯେ ମନ କି ବାତ କାର୍ଯ୍ୟକ୍ରମ ୧୦ ବର୍ଷ ପୂରଣ କରିଛି। ମନ କି ବାତ କାର୍ଯ୍ୟକ୍ରମ ୨୦୧୪, ୩ ଅକ୍ଟୋବରରେ ଆରମ୍ଭ ହୋଇଥିଲା। ସେଦିନ ବିଜୟା ଦଶମୀ ଥିଲା। ଏହା ଅତ୍ୟନ୍ତ ଆନନ୍ଦଦାୟକ ଘଟଣା ଯେ ଏଥର ଅକ୍ଟୋବର ୩ ହେଉଛି ନବରାତ୍ରୀଙ୍କର ପ୍ରଥମ ଦିନ।

ମୋଦି କହିଛନ୍ତି ଯେ ଦର୍ଶକ ଏହି କାର୍ଯ୍ୟକ୍ରମର ପ୍ରକୃତ ସ୍ଥପତି। ସେ କହିଛନ୍ତି ଯେ ଯେ ପର୍ଯ୍ୟନ୍ତ କିଛି ମସଲାଯୁକ୍ତ ଏବଂ ନକାରାତ୍ମକ କଥା ନ ଥାଏ, ସେ ପର୍ଯ୍ୟନ୍ତ ଏହା ଧ୍ୟାନ ଆକଷଣ କରିବ ନାହିଁ। କିନ୍ତୁ ମନ କି ବାତ କାର୍ଯ୍ୟକ୍ରମ ପ୍ରମାଣ କରିଛି ଯେ ସକରାତ୍ମକ ସୂଚନା ପାଇଁ ଦେଶର ଲୋକମାନେ କେତେ ଭୋକିଲା ଅଛନ୍ତି।
ମନ କି ବାତର ୧୦ ବର୍ଷର ଯାତ୍ରା ଏଭଳି ଏକ ଫୁଲମାଳ ପ୍ରସ୍ତୁତ କରିଛି, ଯେଉଁଥିରେ ପ୍ରତ୍ୟେକ ଏପିସୋଡ ସହିତ ନୂତନ ଗାଥା, ନୂଆ କିର୍ତ୍ତିମାନ ଏବଂ ନଆ ବ୍ୟକ୍ତିତ୍ୱ ଯୋଡି ହୋଇ ଯାଉଛନ୍ତି। ସାମୂହିକ ଭାବରେ ଆୟୋଜିତ ପ୍ରତ୍ୟେକ କାର୍ଯ୍ୟକ୍ରମ ମନ କି ବାତରେ ସମ୍ମାନ ପାଇଥାଏ। ପ୍ରଧାନମନ୍ତ୍ରୀ ଟେଲିଭିଜନ ଚ୍ୟାନେଲ ଏବଂ ପ୍ରିଣ୍ଟ ମିଡିଆକୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ଏହି ଅନୁଷ୍ଠାନଗୁଡିକ ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟେକ ଘରକୁ ପହଞ୍ଚାଇଛନ୍ତି।
ମନ କି ବାତ କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡିଓର ୱେବସାଇଟ ଏବଂ ମୋବାଇଲ ଆପରେ ପ୍ରସାରିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁଟ୍ୟୁବ ଚ୍ୟାନେଲରେ ଲୋକମାନେ ଏହି କାର୍ଯ୍ୟକ୍ରମ ଶୁଣିପାରିବେ। ଏହି କାର୍ଯ୍ୟକ୍ରମ ପ୍ରଥମେ ୩ ଅକ୍ଟୋବର ୨୦୧୪ରେ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ୧୧ ଟି ବିଦେଶୀ ଏବଂ ୨୨ ଟି ଭାରତୀୟ ଭାଷାରେ ପ୍ରସାରିତ ହୋଇଛି। ଏହା ବ୍ୟତୀତ ୨୯ଟି ଉପଭାଷାରେ ପ୍ରସାରଣ ମଧ୍ୟ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ସାରା ବିଶ୍ୱକୁ କେଶ ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରେ ଭାରତ, ମୁଣ୍ଡନ ପାଇଁ ଏହି ମନ୍ଦିର କରେ ସର୍ବାଧିକ ଆୟ

ନୂଆଦିଲ୍ଲୀ,୨୯।୯: କୌଣସି ବ୍ୟକ୍ତିଙ୍କ ମୁଣ୍ଡରେ ଥିବା କେଶ ତାଙ୍କ ବ୍ୟକ୍ତିତ୍ୱକୁ ବୁଝାଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସମଗ୍ର ବିଶ୍ୱରେ କେଶ ବଜାରର ଦାମ୍‌...

ଏମିତି ଏକ ଗାଁ, ଯେଉଁଠି ଘର ଛାଡି ଆସିଥିବା ପ୍ରେମୀଯୁଗଳଙ୍କୁ ମିଳେ ଆଶ୍ରୟ, ଖାଇବା-ରହିବା ସବୁ ମାଗଣା

ସାରା ଦୁନିଆରେ ପ୍ରେମକୁ ନେଇ ପ୍ରତ୍ୟେକ ଭାଷା ଏବଂ ସାହିତ୍ୟରେ ଅନେକ ଲେଖା ରହିଛି। ଲୈଲା-ମଜନୁ ଏବଂ ରୋମିଓ-ଜୁଲିଏଟ ପରି ଅନେକ ନାମ ରହିଛି, ଯେଉଁମାନେ...

ମନ କି ବାତ: ବାଇଡେନଙ୍କ ସହ ଘନିଷ୍ଠ ସମ୍ପର୍କ, ଫେରିଲା ୩୦୦ କଳାକୃତି, ଓଡ଼ିଶାର ସାନ୍ତାଳି ଭାଷାକୁ ନେଇ ମୋଦି କହିଲେ ବଡ କଥା

ନୂଆଦିଲ୍ଲୀ,୨୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ର ୧୧୪ ତମ ଏପିସୋଡରେ କହିଛନ୍ତି – ଆମର ଏହି ଯାତ୍ରାକୁ ୧୦ ବର୍ଷ ବିତିଗଲାଣି। ଏହି...

ପୁଣି ପାରୋଲରେ ଆସିବାକୁ ଚାହୁଁଛନ୍ତି ରାମ ରହିମ

ରୋହତକ,୨୯।୯: ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହିମ ପୁଣି ଥରେ ପାରୋଲ ଦାବି କରିଛନ୍ତି। ରହିମ ତାଙ୍କର ଦୁଇ ମହିଳା ଶିଷ୍ୟାଙ୍କୁ ବଳାତ୍କାର...

ଆଜିର ଦୁନିଆ ହତାଶ, ଭାଙ୍ଗୁଛି ବିଶ୍ୱାସ, କାହିଁକି ଏମିତି କହିଲେ ଜୟଶଙ୍କର…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯ା୯: ମିଳିତ ଜାତିସଂଘର ସାଧାରଣ ସଭାର ୭୯ତମ ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ୟୁକ୍ରେନ ଏବଂ ଗାଜାରେ ଚାଲିଥିବା ଯୁଦ୍ଧ ବିରୋଧରେ ବିଶ୍ୱର...

ଷ୍ଟାଲିନଙ୍କ ମନ୍ତ୍ରୀମଣ୍ଡଳରେ ବଡ଼ ଅଦଳବଦଳ, ଉଦୟନିଧିଙ୍କୁ ମିଳିଲା ଉପମୁଖ୍ୟମନ୍ତ୍ରୀ ପଦ

ଚେନ୍ନାଇ,୨୯।୯: ତାମିଲନାଡୁର ଏମ.କେ ଷ୍ଟାଲିନଙ୍କ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହୋଇଛି। ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଇଛି। ଏଥିସହ ସେଣ୍ଟିଲ ବାଲାଜୀଙ୍କୁ ପୁଣି ମନ୍ତ୍ରୀ...

ବଡ଼ ଘୋଷଣା: ମିଳିବ ମାଗଣା…

ଚଣ୍ଡିଗଡ଼,୨୯ା୯: ଅକ୍ଟୋବର ୫ରେ ହରିୟାଣା ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଶନିବାର କଂଗ୍ରେସ ନିର୍ବାଚନୀ ଇସ୍ତାହାର ଜାରି କରିଛି। ଏଥିରେ କୃଷକମାନଙ୍କ କଲ୍ୟାଣ ପାଇଁ କମିଶନ...

ନେପାଳ ବନ୍ୟାରେ ୬୬ ମୃତ

କାଠମାଣ୍ଡୁ, ୨୯।୯: ଲଗାଣ ବର୍ଷା ଯୋଗୁ ନେପାଳରେ ଶୁକ୍ରବାରଠାରୁ ବନ୍ୟାସ୍ଥିତି ଗମ୍ଭୀର ରୂପ ଧାରଣ କରିବାରେ ଲାଗିଛି। ବନ୍ୟା ଏବଂ ଭୂସ୍ଖଳନ ପ୍ରଭାବରେ ଦେଶରେ ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri