‘ଅସାନି’ ପ୍ରଭାବ: ଭାସିଗଲା ଲକ୍ଷାଧିକ ଅଲିଭ୍‌ ରିଡ୍‌ଲେ ଅଣ୍ଡା

ଗଞ୍ଜାମ,୧୧ା୫(ଡି.ଏନ୍‌.ଏ.): ବାତ୍ୟା ଅସାନି ଯୋଗୁ ଅଲିଭ ରିଡ୍‌ଲେ କଇଁଛଙ୍କ ଲକ୍ଷାଧିକ ଅଣ୍ଡା ଭାସିଯାଇଛି। ଗଞ୍ଜମ ଜିଲା ଋଷିକୁଲ୍ୟା ମୁହାଁଣରେ ଛୁଆ ଫୁଟିବାକୁ ଥିବା ଅଣ୍ଡାଗୁଡ଼ିକ ସମୁଦ୍ର ଓ ନଦୀ ଜଳରେ ଭାସି ଯାଇଥିବା ଦେଖିବାକୁ ମିଳିଛି। କିଛି ସ୍ଥାନରେ ବେଳାଭୂମି ଉପରେ ପଡ଼ିଥିବା ଅଣ୍ଡାଗୁଡ଼ିକୁ କାଉ କୁକୁର ଖାଉଥିବା ନଜର ଆସିଛି।

ବିଗତ ବର୍ଷଗୁଡ଼ିକରେ ରେକର୍ଡ ଭାଙ୍ଗି ଚଳିତଥର ଅଧିକ କଇଁଛ ଶ୍ରୀଲଙ୍କା ଉପକୂଳରୁ ଋଷିକୂଲ୍ୟା ମୁହାଁଣକୁ ଆସି ଅଣ୍ଡା ଦେଇଥିଲେ। ହେଲେ ବାତ୍ୟା ପାଇଁ ସମୁଦ୍ରରେ ଉଚ୍ଚ ଜୁଆର ଫଳରେ ଅଣ୍ଡାଗୁଡ଼ିକ ଭାସିଯାଇଛି। ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଅଣ୍ଡାଗୁଡ଼ିକୁ ଉଦ୍ଧାର କରିଛି।

ଅନ୍ୟପକ୍ଷରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ଗୋଖରକୁଦା,ପୁରୁଣା ପୋଡ଼ମପେଟା, ନୂଆଁ ପୋଡ଼ାମ ପେଟା ଓ ପ୍ରୟାଗୀ ପ୍ରମୁଖ ଗ୍ରାମର ମତ୍ସ୍ୟଜୀବୀମାନେ ଦୁଇ ଦିନ ହେଲା ସମୁଦ୍ରକୁ ମାଛ ମାରିବାକୁ ନ ଯାଇ ଡଙ୍ଗାଗୁଡ଼ିକ ସୁରକ୍ଷିତ ସ୍ଥାନକୁ ନେଇ ଆସି ଜାଲ ସଜାଡ଼ିବାରେ ଲାଗିଥିବା ଦେଖିବାକୁ ମିଳିଛି।
ସେହିପରି ଉଚ୍ଚ ଲହଡ଼ି ପ୍ରଭାବରେ ନଦୀ କୂଳ ଖାଉଥିବା ମଧ୍ୟ ଲକ୍ଷ୍ୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନଭେମ୍ବର ୧ରୁ ଅଲିଭ୍‌ରିଡ୍‌ଲେ କଇଁଛ କଟକଣା ଆରମ୍ଭ

ରାଜନଗର, ୩୦ା୧୦(ଭାସ୍କର ରାଉତରାୟ): ନଭେମ୍ବର ୧ରୁ ଆରମ୍ଭ ହେଉଛି ଅଲିଭ ରିଡ୍‌ଲେ କଇଁଛ ଲାଗି କଟକଣା ଆରମ୍ଭ ହେବ। ବିରଳ ଅଲିଭ୍‌ ରିଡ୍‌ଲେଙ୍କ ଅନ୍ତୁଡ଼ିଶାଳ ଭାବେ...

ଦୁଇ ଦିନିଆ କେନ୍ଦୁଝର ଆସିବେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର( ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତା କାଲିଠାରୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ଏହା...

୮୨ ବର୍ଷରେ ଓଡ଼ିଆରେ ଏମ୍‌ଏ ପାସ୍‌ କଲେ ଗୋପୀନାଥ

ରାଜକନିକା,୩୦ା୧୦(ସଞ୍ଜୟ କୁମାର ଦାଶ)ପାଠ ପଢ଼ିବାର ବୟସସୀମା ନ ଥାଏ। ସେଥିପାଇଁ ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳର ଆବଶ୍ୟକତା ଅଛି। ବୟସ ଯେତେ ବି ହେଉ କୌଣସି...

ଚୋରି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ୩ ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି/ଚିକିଟି୩୦ା୧୦(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ରହ୍ମା ନଗର ସନ୍ତୋଷ କୁମାର ପଣ୍ଡାଙ୍କ ଘରୁ ଗତ ୭ ତାରିଖ ବିଳମ୍ବିତ ରାତିରେ...

ଦିଗପହଣ୍ଡିରେ ବୁଲୁଛି ମହାବଳ; ପାଦଚିହ୍ନ ଠାବ, ସନ୍ଧ୍ୟାରେ ଘରୁ ନ ବାହାରିବାକୁ ପରାମର୍ଶ

ଦିଗପହଣ୍ଡି,୩୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ଦିଗପହଣ୍ଡି ବ୍ଳକ ଖମ୍ବାରୀ ଗାଁ ପଞ୍ଚାୟତର ଆଦିବାସୀ ଗ୍ରାମ ପଦ୍ମପୁର ନିକଟସ୍ଥ ମକାବାଡରେ ମହାବଳ ବାଘର ପାଦ...

କେନ୍ଦୁଝର ଜିଲା ଏନ୍‌ଏଚ୍‌, ଏକ୍ସପ୍ରେସ୍‌ ୱେ’ରେ ଲାଗିଲା କଟକଣା

କେନ୍ଦୁଝର,୩୦।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଦେଇ ଯାଇଥିବା ଏନ୍‌ଏଚ୍‌ ଓ ଏକ୍ସପ୍ରେସ୍‌ ୱେ’ରେ ବେଆଇନ ଗାଡ଼ି ପାର୍କିଂ ଉପରେ ଲାଗିଲା କଟକଣା। ଜିଲାର ଏନ୍‌ଏଚ୍‌...

ଏମ୍‌କେସିଜିରେ ରାଗିଂ ଘଟଣା: ୫ ସନିୟର୍‌ ଛାତ୍ରଙ୍କୁ ୬ମାସ ଯାଏଁ କ୍ୟାମ୍ପସ୍‌ ମନା

ବ୍ରହ୍ମପୁର,୩୦।୧୦(ସୁବାସ ଚନ୍ଦ୍ର ପାଢ଼ୀ): ଵ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଏମବିବିଏସ ଦ୍ଵିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ଘଟଣାରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ...

ପୋଲିସ ଇନ୍‌ଫର୍ମର ଦର୍ଶାଇ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି,୩୦ା୧୦(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲା ବାସାଗୁଡ଼ା ଥାନା ଅନ୍ତର୍ଗତ ପୁଟକେଲ ଗାଁର ଜଣେ ଯୁବକଙ୍କୁ ଘରୁ ଡାକି ନେଇ ପୋଲିସ ଇନ୍‌ଫର୍ମର ଦର୍ଶାଇ ମାଓବାଦୀମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri