ଲକ୍ଷାଧିକ ଟଙ୍କାର ମାଛ ମରି ଭାସିଲେ

ସୋର,୧୮।୪(ଡି.ଏନ.ଏ): ପଞ୍ଚାୟତ ନିର୍ବାଚନକୁ ୨ ମାସ ବିତିଯାଇଥିଲେ ସୁଦ୍ଧା ଗଁା ଗଣ୍ଡାରେ ଲାଗି ରହିଥିବା ବିବାଦ ଥମି ନାହଁି। ନିର୍ବାଚନରେ ପ୍ରାର୍ଥୀ ହେବାକୁ କେନ୍ଦ୍ରକରି ଜଣେ ମହିଳାଙ୍କ ଉପରେ ରାଗ ରଖି ତାଙ୍କ ସ୍ବୟଂ ସହାୟକ ଗୋଷ୍ଠୀ ଲିଜ୍‌ରେ ନେଇଥିବା ଏକ ପୋଖରୀରେ ବିରୋଧୀମାନେ ବିଷ ପ୍ରୟୋଗ କରିଥିତ୍ବା ଯୋଗୁ ଲକ୍ଷାଧିକ ଟଙ୍କାର ମାଛ ମରି ଯାଇଥିବା ଅଭିଯୋଗ ହୋଇଛି। ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ସୋର ବ୍ଲକ ଜଡିଦା ଗ୍ରାମରେ। ଏହି ଗ୍ରାମର ପଞ୍ଚାୟତର ଉମାସାଗର ପୋଖରୀକୁ ଜଡିଦା ପଞ୍ଚାୟତ ପାଟୁଳିଦା ଗ୍ରାମର ମା’ ବୃନ୍ଦାବତୀ ସ୍ବୟଂ ସହାୟକ ଗୋଷ୍ଠୀ ଲିଜ ସୂତ୍ରରେ ନେଇଥିଲେ। ରବିବାର ଭୋର ସମୟରେ ଏହି ପୋଖରୀରେ ହଜାର ହଜାର ସଂଖ୍ୟାର ମାଛ ମରି ଭାସୁଥିବା ଦେଖିବାକୁ ମିଳିଥିଲା। ପୋଖରୀଟିକୁ ୩ ବର୍ଷ ପାଇଁ ଲିଜ ସୂତ୍ରରେ ଏହି ସ୍ବୟଂ ସହାୟକ ଗୋଷ୍ଠୀ ନେଇଥିବା ବେଳେ ଗତବର୍ଷ ୩ କୁଇଣ୍ଟାଲ ଯାଅଁାଳ ଛାଡିଥିଲେ। ଯାହାର ଆନୁମାନିକ ମୁଲ୍ୟ ୨ ଲକ୍ଷ ହେବ। ମାତ୍ର ଗତ ପଞ୍ଚାୟତ ନିର୍ବାଚନରେ ଏହି ଗୋଷ୍ଠୀର ସଭାନେତ୍ରୀ ସୁକାନ୍ତି ରାଉତ ୱାଡର୍ର୍ ମେମ୍ବର ଭାବେ ନିର୍ବାଚନ ଲଢ଼ୁଥିଲେ। ଏହି ସମୟରେ ତାଙ୍କୁ ବିରୋଧୀ ପକ୍ଷ ତରଫରୁ ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କରାଯିବା ସହିତ ନଚେତ ପୋଖରୀରେ ମାଛ ଧରି ପାରିବନାହଁି ବୋଲି ଧମକ ଦେଇଥିଲେ। ମାତ୍ର ସୁକାନ୍ତି ଏ କଥାକୁ ଏଡାଇ ଦେଇ ନିର୍ବାଚନ ଲଢ଼ି ହାରି ଯାଇଥିଲେ। ଏହି ଘଟଣାକୁ ନେଇ ବିରୋଧୀ ପକ୍ଷ ଆକ୍ରୋଶମୂଳକ ଭାବେ ପୋଖରୀରେ ବିଷ ପୟୋଗ କରିଥିବା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ସୋର ଥାନାରେ ଅଭିଯୋଗ କରାଯାଇଛି।