ହିଞ୍ଜିଳିକାଟୁ,୪ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଖରିଡ଼ା ଗ୍ରାମରେ ଏକ ଖଳାରେ ଶନିବାର ଅପରାହ୍ନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ କିପରି ଲାଗିଲା, ତାହା ସ୍ପଷ୍ଟ ଜଣାପଡ଼ିନାହିଁ। ଖବର ପାଇ ହିଞ୍ଜିଳିକାଟୁ ଅଗ୍ନିଶମ ଓ ସେବା ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ପ୍ରକାଶ ଯେ, ହିଞ୍ଜିଳିକାଟୁ ବ୍ଲକ ଖରିଡ଼ା ଗ୍ରାମର କାହ୍ନୁଚରଣ ପାଣିଗ୍ରାହୀ ୧୦ ଭରଣ ଜମିରେ ଅମଳ ହୋଇଥିବା ଧାନ ଖଳାରେ ରଖିଥିଲେ। ନିକଟରେ ଥିବା ଖଳାରେ ଚାଷୀମାନେ ଅମଳ ଧାନ ସଂଗ୍ରହ କରି ପାଳ ଗଚ୍ଛିତ ରଖିଥିଲେ। ଆଜି ଅପରାହ୍ନରେ କାହ୍ନୁଚରଣଙ୍କ ଧାନଗଦାରେ ନିଆଁ ଲାଗି ଯାଇଥିଲା।