ଭୁବନେଶ୍ୱର,୧୩ା୪(ବ୍ୟୁରୋ): ଭାଜପା ଛାଡ଼ି ବିଜେଡିରେ ଗୁରୁବାର ମିଶିଛନ୍ତି ଦେବଗଡ଼ ଭାଜପା ଜିଲା ସଭାପତି ମୀନକେତନ ପ୍ରଧାନ। ୧୯୯୦ରୁ ସେ ଭାଜପାରେ କାର୍ଯ୍ୟ କରିଆସୁଥିଲେ। ବିଭିନ୍ନ ସମୟରେ ପ୍ରଭାରୀ ଦାୟିତ୍ୱ ମଧ୍ୟ ନେଇଛନ୍ତି। ସେ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି। ମୀନକେତନଙ୍କ ବିଜେଡିରେ ମିଶ୍ରଣକୁ ସ୍ବାଗତ କରିଛନ୍ତି ରାଜ୍ୟ ସଭା ଏମ୍ପି ମାନସ ମଙ୍ଗରାଜ। ଏହି ମିଶ୍ରଣ ପର୍ବରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଦେବଗଡ଼ ଜିଲା ଅବଜର୍ଭର ଅମରେଶ ଜେନା ଓ ଦେବଗଡ଼ ଜିଲା ବିଜେଡି ସଭାପତି ସାମିଲ ଥିଲେ ।