ସହଜେ ବୁଝେନା ମନ

ପରିଣିତି ଚୋପ୍ରା ଖୁବ୍‌ଶୀଘ୍ର ଘର ସଂସାର କରିବେ। ସାଂସଦ ରାଘବ ଚଢ଼ାଙ୍କ ସହ ତାଙ୍କର ରିଂ ସେରିମନି ନିକଟରେ ଶେଷ ହୋଇଛି। ପରିଣିତିଙ୍କ ଗୋଟିଏ ଆଶା ପୂରଣ ନ ହେଲେ ତାଙ୍କ ମନ ବୁଝି ନ ଥାଏ। ତାହା କ’ଣ ଜାଣନ୍ତି?
ଜୋତା କିଣିବା। ପଢ଼ିବା ସମୟରୁ ତାଙ୍କର ଏଥିପ୍ରତି ଆଗ୍ରହ ରହିଆସିଛି। ନିଜର ଏଭଳି ରୁଚି ସମ୍ପର୍କରେ ସେ କହନ୍ତି, ‘ନୂଆ ବ୍ରାଣ୍ଡର ଜୋତା ଦେଖିଲେ ତାହାକୁ ନ କିଣି ମୁଁ ରହିପାରେନା। ତେଣୁ ବଜାରକୁ କେଉଁ ନୂଆ ଜୋତା ଆସୁଛି ସେ ନେଇ ମୁଁ ସବୁବେଳେ ଅପଡେଟ୍‌ ଥାଏ। ପୁଣି ସେଥିରୁ ହଳେ ନୁହେଁ, ଯଦି ମନ ମାନିଲା ତେବେ ୫-୬ ହଳ ଏକାଥରେ କିଣିଆଣିଥାଏ।’ ପରିଣିତିଙ୍କର ପ୍ରଥମ ସିନେମା ଥିଲା ‘ଲେଡିଜ ଭର୍ସେସ ରିକି ବହଲ’। ୨୦୧୧ରେ ମୁକ୍ତିଲାଭ କରିଥିବା ରୋମାଣ୍ଟିକ-କମେଡି କାହାଣୀ ଉପରେ ଆଧାରିତ ଚିତ୍ରଟି ଯଦିଓ ବକ୍ସ ଅଫିସରେ ଫ୍ଲପ୍‌ ହୋଇଥିଲା, ହେଲେ ଏହା ତାଙ୍କ ପାଇଁ ବେଶ୍‌ ଶୁଭପ୍ରଦ ଥିଲା। କାରଣ ନିଜର ପ୍ରଥମ ସିନେମା ପାଇଁ ତାଙ୍କୁ ୧୦ଟି ପୁରସ୍କାର ମିଳିଥିଲା। ବିଶେଷଭାବରେ ଏଥିରେ ତାଙ୍କର ଅଭିନୟକୁ ଦର୍ଶକମାନେ ଖୁବ୍‌ ପ୍ରଶଂସା କରିଥିଲେ। କଲେଜ କ୍ୟାରିୟର ଶେଷ ହେବା ପରେ ଅଭିନୟ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ପରିଣିତି। କିନ୍ତୁ କେତେକ କାରଣରୁ ସେ ୟଶରାଜ ଫିଲ୍ମସରେ ଜଣେ ପି.ଆର. କନସଲଟାଣ୍ଟ ଭାବରେ କିଛି ବର୍ଷ କାମ କରିଥିଲେ। ବାହାରକୁ ଗଲାବେଳେ ସେ ସାଙ୍ଗରେ ଲିପ୍‌ ବାମ୍‌ ଏବଂ ଫେସ୍‌ଓ୍ବାଶ ନେବାକୁ ଭୁଲି ନ ଥାନ୍ତି। ତାଙ୍କ ଅଭିନୀତ ପ୍ରମୁଖ ସିନେମାଗୁଡିକ ମଧ୍ୟରେ ରହିଛି- ‘ଇସ୍କଜାଦେ’, ‘ଶୁଦ୍ଧ ଦେଶୀ ରୋମାନ୍ସ’, ‘ହସି ତୋ ଫସି’, ‘ମେରି ପ୍ୟାରି ବିନ୍ଦୁ’, ‘ନମସ୍ତେ ଇଂଲଣ୍ଡ’, ‘ଦ ଗର୍ଲ ଅନ ଦ ଟ୍ରେନ୍‌’, ‘ସାଇନା’ ଏବଂ ‘ଉଚ୍ଚାଇ’। ଅନ୍ୟପକ୍ଷରେ ସେ ଅଭିନୟ କରିଥିବା ‘ଚମ୍‌କିଲା’ର ଶୁଟିଂ ନିକଟରେ ଶେଷ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

ଆମି ପୁରସ୍କାର ଘୋଷଣା: ଏହି ଫିଲ୍ମକୁ ମିଳିଲା ୧୪ ପୁରସ୍କାର

ଲସ ଆଞ୍ଜେଲ୍ସର ପିକକ୍‌ ଥିଏଟରରେ ୭୬ତମ ପ୍ରାଇମଟାଇମ ଆମି ପୁରସ୍କାର ଆୟୋଜିତ ହୋଇଛି। ମନୋରଞ୍ଜନ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ସମାରୋହରେ ଏଥର ଫିଲ୍ମ ‘ଶୋଗୁନ’...

ଟିଭି ଇଣ୍ଡଷ୍ଟ୍ରିରେ ନିୟାଙ୍କ ୧୪ ବର୍ଷ

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିରେ ନିଖୁଣ ଅଭିନୟ କରି ଲଗାତର ଭାବେ ଦର୍ଶକଙ୍କ ପ୍ରଶଂସା ସାଉଁଟି ପାରୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ନିୟା ଶର୍ମା ଅନ୍ୟତମ। ବହୁ ସଂଘର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri