ପିଠା ଖିଆ, ଦୋଳିଖେଳରେ ମନ

କଟକ,୧୪ା୬(ଶିଳ୍ପା ପ୍ରିୟଦର୍ଶିନୀ): ଆନନ୍ଦ ଉଲ୍ଲାସର ପର୍ବ ‘ରଜ’। ଯାହାକୁ ପ୍ରତ୍ୟେକ ଓଡ଼ିଆ ଅପେକ୍ଷା କରି ରହିଥାନ୍ତି। ପୋଡପିଠାଠାରୁ ଆରମ୍ଭ କରି ରଜ ପାନ ଖିଆ ଓ ଦୋଳି ଖେଳ ପର୍ବକୁ ଆହୁରି ଆକର୍ଷଣୀୟ କରିଥାଏ। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମିଶି ଏହାକୁ ପାଳନ କରୁଥିବାରୁ ଓଡ଼ିଶାର ଏହା ଏକ ପ୍ରସିଦ୍ଧ ଗଣପର୍ବ ଭାବେ ପରିଚିତ। ରଜ ୩ ଦିନ ଘରେ ବନ୍ଧୁବାନ୍ଧବଙ୍କ ଗହଳି ଲାଗିଥାଏ। ଗାଁଠୁ ସହର ସବୁଠି ଖୁସିର ମାହୋଲ ଦେଖିବାକୁ ମିଳେ। ଇତିମଧ୍ୟରେ ଗୁରୁବାର ସଜବାଜ ସରିଥିବାବେଳେ ଶୁକ୍ରବାର ପହିଲି ରଜ ପାଳନ ପାଇଁ କଟକବାସୀ ଉତ୍ସାହିତ ଅଛନ୍ତି। ବିଶେଷକରି ଘରେ ପୋଡପିଠା ପ୍ରସ୍ତୁତ କରାଯାଇଛି। ଏଥିସହ ସହରର ଦୋକାନଗୁଡିକରେ ପୋଡପିଠା ବିକ୍ରି ହେଉଛି।

ରଜ ପାଇଁ ସହରର ବଡ଼ ବଡ଼ ଶପିଂମଲ୍‌ ସମ୍ମୁଖରେ ବ୍ୟବସାୟୀମାନେ ମେହେନ୍ଦି ପସରା ମେଲାଇ ବସିଛନ୍ତି। ଗୋଟିଏ ହାତ ପିଛା ମେହେନ୍ଦି ଦର ୨୦୦ ଟଙ୍କା ରହିଥିବାବେଳେ ଡିଜାଇନ୍‌ ଅନୁଯାୟୀ ମଧ୍ୟ ଦର ରହିଛି। କଟକର ଏକ ସପିଂମଲ୍‌ ସମ୍ମୁଖରେ ଉତ୍ତରପ୍ରଦେଶ ଅଞ୍ଚଳର ଜଣେ ବ୍ୟବସାୟୀ ମେହେନ୍ଦୀ ବ୍ୟବସାୟ କରୁଛନ୍ତି। ସେଠାରେ ମେହେନ୍ଦୀ କରିବା ପାଇଁ ଯୁବତୀଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି। ସେହିପରି ରଜ ପାଇଁ ଦୋଳମୁଣ୍ଡାଇଠାରେ ବନାରସୀ ପାନ ଦୋକାନ ଖୋଲିଛି। ଯେଉଁଥିରେ ୫୦ରୁ ୮୦ ପ୍ରକାରର ମସଲା ବ୍ୟବହାର କରାଯାଇଛି। ପାନ ଦର ୧୦ରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଯେଉଁଥିରେ ମିଠା ପାନ ଗୋଟା ୧୦ ଟଙ୍କା, କାଜୁ-ପିସ୍ତା ପାନ ୩୦ ଟଙ୍କା, ଚକୋଲେଟ ପାନ ୫୦ ଟଙ୍କା, ଫାୟାର ଓ ବନାରସୀ ପାନ୍‌ ୨୦ ଟଙ୍କା, ଏ-୧ ସ୍ପେଶାଲ ରଜ ପାନ ଦର ଗୋଟା ୧୦୦ ରହିଛି।
ରଜ ପାଇଁ ଖାନ୍‌ନଗର ଅଞ୍ଚଳର ଦିଲୀପ ସାହୁ, ପ୍ରତାପ ସାହୁ ଓ ପରିବାରବର୍ଗ ମିଶି ପୋଡପିଠା ତିଆରି କରୁଛନ୍ତି। ଏହାକୁ ଖାନ୍‌ନଗର ଦୁର୍ଗା ମଣ୍ଡପ ନିକଟରେ ଥିବା ନାଥସାହୁ ସୁଇଟ୍‌ ଷ୍ଟଲରେ ବିକ୍ରି କରାଯିବ। ପୋଡ଼ପିଠା ଦର କିଲୋ ପିଛା ୩୦୦ ଟଙ୍କା ରହିଛି। ରଜରେ ପାଖାପାଖି ୫ କୁଇଣ୍ଟାଲ ପୋଡ଼ପିଠା ପ୍ରସ୍ତୁତି କରାଯିବାକୁ ଯୋଜନା ରହିଛି। ପୋଡା ପିଠା ପ୍ରସ୍ତୁତି ପାଇଁ ଚାଉଳ ଚୁନା, ଚିନି, ନଡ଼ିଆ, ଗୁଡ଼, କାଜୁ, କିସ୍‌ମିସ୍‌, ଗୁଜୁରାତି ଗୁଣ୍ଡ, ଗୁଆଘିଅ ଓ ଖୁଆ ବ୍ୟବହାର କରାଯାଇଛି।

ଏମାନଙ୍କ ମତରେ…

ପୋଡ଼ପିଠା ବିନା ରଜ ଅଧୁରା ଲାଗେ
ପୋଡ଼ପିଠା ବିନା ରଜ ପାଳିବା ଅଧୁରା ଭଳି ଲାଗେ। ସେଥିପାଇଁ ଲୋକମାନେ ପୋଡ଼ପିଠା କିଣିବାକୁ ପସନ୍ଦ କରୁଛନ୍ତି। ପହିଲି ରଜ ପୂର୍ବରୁ ଅର୍ଡର ଆସିବା ଆରମ୍ଭ ହୋଇଥାଏ। ଚଳିତବର୍ଷ ପ୍ରାୟ ୨ କୁଇଣ୍ଟାଲ ପୋଡ଼ପିଠା ବିକ୍ରି ପାଇଁ ଅର୍ଡର ଆସିଛି। ରଜ ୩ ଦିନ ଭଲ ବ୍ୟବସାୟ ହେବ ବୋଲି ଆଶା ରହିଛି।
-ଦିଲୀପ ସାହୁ, ପୋଡ଼ପିଠା ବ୍ୟବସାୟୀ

ରଜରେ ପାନର ଚାହିଦା ଅଧିକ
ସବୁଦିନ ଅପେକ୍ଷା ରଜ ପାନର ଚାହିଦା ଅଧିକ ରହିଥାଏ। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପାନରେ ବ୍ୟବହାର ପାଇଁ ବିଭିନ୍ନ ପ୍ରକାରର ମସଲା ଆଣିଛି। ଯାହା ପାନର ସ୍ବାଦକୁ ଦ୍ୱିଗୁଣିତ କରିବ। ପହିଲି ରଜ ପୂର୍ବ ଦିନରୁ ବ୍ୟବସାୟ ଆରମ୍ଭ ହୋଇଛି। ଭଲ ବ୍ୟବସାୟ ହେବ ବୋଲି ଆଶା ଅଛି।
-ଚନ୍ଦନ ପାଣି, ପାନ ବ୍ୟବସାୟୀ

ହାତରେ ମେହେନ୍ଦି କରିବା ପାଇଁ ଭିଡ଼
ପହିଲି ରଜ ପୂର୍ବଦିନ ଝିଅମାନେ ସଜବାଜ ହୋଇଥାନ୍ତି। ହାତରେ ବିଭିନ୍ନ ଡିଜାଇନ୍‌ର ମେହେନ୍ଦି କରିଥାନ୍ତି। ବର୍ଷତମାମ ମୁଁ ଓ ମୋ ଟିମ୍‌ର ୬ ଜଣିଆ ସଦସ୍ୟ କଟକରେ ରହିଥାଉ। ଖାସ୍‌ କରି ସଜବାଜ ଦିନ ହାତରେ ମେହେନ୍ଦି କରିବା ପାଇଁ ଅଧିକା ଭିଡ଼ ଲାଗିଥିଲା। ଗୁରୁବାର ୧୦୦ରୁ ଊର୍ଦ୍ଧ୍ୱ ଯୁବତୀ ହାତରେ ମେହେନ୍ଦି ଲଗାଇଛନ୍ତି। ଭଲ ରୋଜଗାର ହୋଇଛି।
-ରୋହିତ ରାଜପୁତ, ମେହେନ୍ଦି ବ୍ୟବସାୟୀ


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀ ରଚିଥିଲେ ବଡ଼ ଯୋଜନା, ବିଏସ୍‌ଏଫ୍‌ ଯବାନ କଲେ ପଣ୍ଡ

ମାଲକାନଗିରି, ୨୩ା୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଘନବେଡ଼ା ଓ ଗୁରାସେତୁ ୧୭୭ ବିଏସ୍‌ଏଫ୍‌ ବାଟାଲିୟନ ତରଫରୁ ମାଓବାଦୀ ଡମ୍ପ ଜବତ କରିବା...

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗ, କେରଳରୁ ଗିରଫ ହେଲେ ଅଭିଯୁକ୍ତ

ବୁଗୁଡ଼ା,୨୩ା୧୦(କାଳୀଚରଣ ଦାଶ): ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ସୁଦୂର କେରଳରୁ ଗିରଫ...

୨ ଦିନ ହାଇକୋର୍ଟ ଛୁଟି

କଟକ,୨୩ା୧୦ (କାର୍ତ୍ତିକ ସାହୁ): ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ହାଇକୋର୍ଟକୁ ୨ ଦିନ ଛୁଟି ଘୋଷଣା କରାଯାଇଛି। ହାଇକୋର୍ଟ ପକ୍ଷରୁ ବୁଧବାର ଜାରି ବିଜ୍ଞପ୍ତି ଅନୁଯାୟୀ,...

ଏଟିଏମ୍‌ କାର୍ଡ ବଦଳାଇ ଦୁର୍ବୃତ୍ତ ଲୁଟିନେଲେ ଏତିକି ଟଙ୍କା, ପଛରେ ରହି ପିନ୍‌…

ହିଞ୍ଜିଳିକାଟୁ,୨୩ା୧୦(ଦ୍ୱିତୀକୃଷ୍ଣ ପଣ୍ଡା): ଏଟିଏମ୍‌ରେ ଚତୁରତାର ସହ କାର୍ଡ ବଦଳାଇ ଟଙ୍କା ଲୁଟ୍‌ ହୋଇଥିବା ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, ହିଞ୍ଜିଳି ବଡ଼ସାହିର ଉଦୟନାଥ...

ନିଖୋଜର ୧୬ ଦିନ ପରେ ନାଳରୁ ମିଳିଲା ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ

ଝରିଗାଁ,୨୩ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାା ଝରିଗାଁ ଥାନା ଅର୍ନ୍ତଗତ ଗୁରୁସିଙ୍ଗା ଜଙ୍ଗଲ ମଧ୍ୟରେ ରହିଥିବା ଶୁଷ୍କ ନାଳ ମଧ୍ୟରୁ ସ୍ଥାନୀୟ ପୋଲିସ ଏକ ଗଳିତ...

ଅଫ୍‌ଲାଇନ୍‌ରେ ବାଲିଯାତ୍ରା ଷ୍ଟଲ୍‌ ପଞ୍ଜୀକରଣ ସ୍ଥଗିତ

କଟକ,୨୩ା୧୦: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି କଟକ ବାଲିଯାତ୍ରାରେ ଷ୍ଟଲ୍‌ ଖୋଲିବା ନିମନ୍ତେ ପ୍ଲଟ୍‌ ପଞ୍ଜୀକରଣ ଦୁଇ ଦିନ ପାଇଁ ବନ୍ଦ ରଖାଯିବାକୁ ନିଷ୍ପତ୍ତି...

ଘରେ ପଶି ସୁନାଗହଣା ଲୁଟି ନେଇଥିଲେ ୩ ନାବାଳକ, ଚୋରିର ଏମିତି ପର୍ଦ୍ଦାଫାଶ କଲା ପୋଲିସ

ଦିଗପହଣ୍ଡି/ପାଟପୁର,୨୩ା୧୦(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ଥାନା ନୂଆଗଡ଼ ଗ୍ରାମରେ ଗତ ୯ ତାରିଖ ସାରେ ଘରେ ପଶି ସୁନାଗହଣା ଲୁଟ୍‌ ଘଟଣାର...

ବାତ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୧୦: ବୁଧବାର ବାତ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉକ୍ତ ବୈଠକରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହିତ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri