ଖଣି ତ୍ୟାଗ ଅନ୍ତରାଳେ

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ବର୍ଷକ ତଳେ ହାତେଇଥିବା ସୁନ୍ଦରଗଡ଼ ଜିଲାର ଗୋନୁଆ ଲୁହାପଥର ଖଣି ଛାଡ଼ିଦେବାକୁ ଅଗଷ୍ଟ ୧୧ ତାରିଖରେ ଓଡ଼ିଶା ସରକାରଙ୍କୁ ଜଣାଇଛି। ଜେଏସ୍‌ଡବ୍ଲ୍ୟୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛି ଯେ ଗୋନୁଆ ଖଣି ଆର୍ଥିକ ଦୃଷ୍ଟିକୋଣରୁ ଲାଭଦାୟକ ନୁହେଁ। ଏହି ଖଣିର ଉପରିଭାଗରେ ନିମ୍ନମାନର ଖଣିଜ ରହିଛି। ଖଣି ଖନନ ପାଇଁ ବ୍ୟବହୃତ ଜିନିଷପତ୍ର ରଖିବାକୁ ଆବଶ୍ୟକ ସ୍ଥାନ ଅଭାବ ଦର୍ଶାଇ ୨୦୨୨ ଅଗଷ୍ଟ ୧୨ ତାରିଖରୁ ଖଣି ଛାଡ଼ିଦେବାକୁ ରୋକ୍‌ଠୋକ ଜଣାଇ ଦେଇଛି। ଜେଏସ୍‌ଡବ୍ଲ୍ୟୁ ଖୁବ୍‌ଶୀଘ୍ର ଇଣ୍ଡିଆନ ବ୍ୟୁରୋ ଅଫ୍‌ ମାଇନ୍ସ(ଆଇବିଏମ୍‌) ନିକଟରେ ଖଣି ବନ୍ଦ ସଂକ୍ରାନ୍ତରେ ଏକ ଚୂଡ଼ାନ୍ତ ଖଣି ଯୋଜନା(ଫାଇନାଲ ମାଇନିଂ କ୍ଲୋଜର ପ୍ଲାନ୍‌) ଦାଖଲ କରିବ ବୋଲି ଓଡ଼ିଶା ସରକାରଙ୍କୁ ଦର୍ଶାଇଛି। ତେବେ ଆଇବିଏମ୍‌ ନିକଟରୁ ମାଇନିଂ କ୍ଲୋଜର ପ୍ଲାନ୍‌ କିପରି ହାସଲ କରିବ ସେ ନେଇ ରାଜ୍ୟ ସରକାରଙ୍କ ସହଯୋଗ ମଧ୍ୟ ଲୋଡ଼ିଛି।
କୌଶଳ କ୍ରମେ ଜେଏସ୍‌ଡବ୍ଲ୍ୟୁ ରାଜ୍ୟରେ ଏକାଧିକ ଖଣି ହାତେଇଛି। ୨୦୨୦ ଜୁନ୍‌ ୨୭ ତାରିଖରେ ସୁନ୍ଦରଗଡ଼ର ଉକ୍ତ ଲୁହାପଥର ଖଣିକୁ ଲିଜ୍‌ ଆକାରରେ ନେଇଥିଲା। ଲିଜ୍‌ ନେବାର ବର୍ଷକ ପରେ ଏହି ଖଣିକୁ ଜେଏସ୍‌ଡବ୍ଲ୍ୟୁ କମ୍ପାନୀ ଖଣିକୁ କାହିଁକି ଛାଡୁଛି ସେ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି।
ଜେଏସ୍‌ଡବ୍ଲ୍ୟୁ ଭଳି ଅନ୍ୟ କେତୋଟି କମ୍ପାନୀ ସର୍ବନିମ୍ନ ୫୦ ବର୍ଷ ପର୍ଯ୍ୟନ୍ତ ନିଲାମ ମାଧ୍ୟମରେ ଖଣି ହାତେଇଛନ୍ତି। ତଥାପି କେତେକ ଶୀଘ୍ର ଖଣି ତ୍ୟାଗ କରିବା ସାଧାରଣ ବ୍ୟବସାୟିକ ଦୃଷ୍ଟିରୁ ବୁଝାପଡ଼େ ନାହିଁ। ନିଲାମ ବ୍ୟବସ୍ଥାରେ ସାଧାରଣତଃ, ସର୍ବାଧିକ ଅର୍ଥ ଯାଚିଥିବା କମ୍ପାନୀ ତାହାର ଦାବି ଛାଡ଼ିଦେଲେ ସେହି ପ୍ରାକୃତିକ ସମ୍ପଦ ଦ୍ୱିତୀୟ ନିଲାମଧାରୀ ପାଖକୁ ଯିବା କଥା। ଏବେ ସରକାର ସେହି ଦ୍ୱିତୀୟ କମ୍ପାନୀକୁ ଖଣି ଦେବେ କି ନାହିଁ ସ୍ପଷ୍ଟ ହେଉ ନାହିଁ। ଜେଏସ୍‌ଡବ୍ଲ୍ୟୁ ଖଣି ଛାଡ଼ିବା ପରେ ସରକାର ଉକ୍ତ ଖଣିକୁ ଟେଣ୍ଡରରେ ଭାଗ ନେଇ ଦ୍ୱିତୀୟ ସ୍ଥାନରେ ରହିଥିବା କମ୍ପାନୀକୁ କମ୍‌ ମୂଲ୍ୟରେ ଦେଇପାରନ୍ତି। ଖଣି ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିଜର ନାମ ଗୋପନ ରଖିବାକୁ କହି ମତ ଦେଇଛନ୍ତି ଯେ ପୁନର୍ବାର ଖଣି ନିଲାମ ହେବା ଦରକାର।
ଲିଜ୍‌ ନେଇଥିବା କୌଣସି କମ୍ପାନୀ ଖଣିକୁ ଛାଡ଼ି ଦେଉଥିଲେ ମଧ୍ୟ ସେହି କମ୍ପାନୀ ଉପରେ ଜରିମାନା କିମ୍ବା କଳାତାଲିକାଭୁକ୍ତ କରିବା କ୍ଷମତା ରାଜ୍ୟ ସରକାରଙ୍କ ହାତରେ ନ ଥିବାରୁ ରାଜ୍ୟ ପରିତ୍ୟକ୍ତ ଖଣି ରଖିବା ସହ ବହୁକୋଟି ଟଙ୍କା ରାଜସ୍ବ ହରାଇବାକୁ ବାଧ୍ୟ ହେବ। ତେବେ ପରିତ୍ୟକ୍ତ ଅବସ୍ଥାରେ ଥିବା ଏହି ଖଣିକୁ ଯଦି ପୁନର୍ବାର ନିଲାମ କରାଯାଏ, ତେବେ ପୂର୍ବ ମୂଲ୍ୟ କିମ୍ବା ଏହାଠାରୁ ଆଉ ଚଢ଼ା ଦର ମିଳିବା ସମ୍ଭାବନା ରହିବ ନାହିଁ।
ଏଠାରେ ସୂଚନାଯୋଗ୍ୟ ଯେ ଗୋନୁଆ ଲୁହାପଥର ଖଣି ପାଇଁ ୧୧ ଜଣ ବିଡର ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ କମଲଜିତ ସିଂ ଆହଲୁଓ୍ବାଲିଆ, ରୁଙ୍ଗ୍‌ଟା ମାଇନ୍ସ, ଶ୍ୟାମ ଷ୍ଟିଲ୍‌ ଇଣ୍ଡଷ୍ଟ୍ରିଜ, ଆମଲଗାମ ଷ୍ଟିଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌ ଏବଂ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ଲିମିଟେଡ ଚୂଡ଼ାନ୍ତ ତାଲିକାରେ ଥିଲେ। ସମସ୍ତଙ୍କୁ ପଛରେ ପକାଇ ଜେଏସ୍‌ଡବ୍ଲ୍ୟୁ ଉକ୍ତ ଲୁହାପଥର ଖଣିକୁ ହାତେଇବା ସଫଳ ହୋଇଥିଲା। ନିଲାମ ପ୍ରକ୍ରିୟାରେ ଭାଗ ନେବା ପୂର୍ବରୁ ଏହି ସବୁ କମ୍ପାନୀଗୁଡ଼ିକ ପ୍ରତ୍ୟେକ ଖଣିର ତଦାରଖ କରିଥିଲେ। ଇଣ୍ଡିଆନ ବ୍ୟୁରୋ ଅଫ୍‌ ମାଇନ୍ସ ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ ପ୍ରତ୍ୟେକ ଖଣିରେ ଥିବା ଗଚ୍ଛିତ ପଦାର୍ଥର ଷ୍ଟେ ଆକଳନ ସମ୍ପୃକ୍ତ କମ୍ପାନୀମାନଙ୍କୁ ଯୋଗାଇ ଦିଆଯାଇଥିଲା। ତଥାପି ଏହି ଖଣିରେ ସମ୍ପଦ ନାହିଁ ବୋଲି ଜେଏସ୍‌ଡବ୍ଲ୍ୟୁ କହିବା ଆଶ୍ଚର୍ଯ୍ୟ କଥା। କେବଳ ସରକାରୀ ସୂତ୍ରରୁ ମିଳୁଥିବା ତଥ୍ୟକୁ ନେଇ ଏହି କମ୍ପାନୀମାନେ ନିଲାମ ଦର ମୂଲ୍ୟାୟନ କରନ୍ତି ନାହିଁ। ନିଜର ଆଭ୍ୟନ୍ତରୀଣ ମାଧ୍ୟମରେ ତଥ୍ୟ ଯୋଗାଡ଼ କରିବାର ଯଥେଷ୍ଟ ଉପାୟ ଏବଂ ଧନ ରଖିଥିବା ଏହି ବ୍ୟବସାୟିକ ସଂସ୍ଥାମାନଙ୍କ ପାଖରେ ସବୁକିଛି ରହିଛି।
ଖଣି ନିଲାମକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ପ୍ରଥମଟି ଥିଲା କ୍ୟାପଟିଭ୍‌। ଅର୍ଥାତ୍‌ ନିଜସ୍ବ ଇସ୍ପାତ କାରଖାନା ସ୍ଥାପନ କରିଥିବା କମ୍ପାନୀକୁ ତାହାର ଚାହିଦା ମୁତାବକ ଖଣି ଦିଆଯାଇଥିଲା। ଦ୍ୱିତୀୟରେ ମର୍ଚ୍ୟାଣ୍ଟ ବା ବ୍ୟବସାୟିକ ଖଣି ନିଲାମ କରାଯାଇଥିଲା, ଯାହାର ସମ୍ପଦକୁ ଖଣି ମାଲିକ ଉତ୍ତୋଳନ କରି ବିଭିନ୍ନ ଗ୍ରାହକଙ୍କୁ ବିକ୍ରକରି ପାରିବ। ଏହି ଦ୍ୱିତୀୟ ଶ୍ରେଣୀ ନିଲାମଧାରୀମାନେ ଲୁହାପଥରକୁ ଅନ୍ୟ ଇସ୍ପାତ କାରଖାନାକୁ ବିକ୍ରି କରିବାର ଅନୁମତି ଦିଆଯାଇଥିଲା। ଜେଏସ୍‌ଡବ୍ଲ୍ୟୁ କେବଳ କ୍ୟାପ୍ଟିଭ ଖଣି ପାଇଁ ନିଲାମରେ ଭାଗ ନେଇଥିଲା। ତାହାର ଇସ୍ପାତ କାରଖାନା କର୍ନାଟକରେ ସ୍ଥାପିତ ହୋଇଥିବା ସତ୍ତ୍ୱେ ଓଡ଼ିଶାର ଖଣି ହାତେଇ କର୍ନାଟକକୁ କଞ୍ଚାମାଲ ପଠାଇ ଥାଆନ୍ତା। ଏଭଳି ନିଲାମଧାରୀ ରାଜ୍ୟରେ କୌଣସି ଅର୍ଥ ଲଗାଣ କରି ନ ଥିବାରୁ ଓଡ଼ିଶାରେ ‘ଭାଲ୍ୟୁ ଆଡିଶନ’ (ମୂଲ୍ୟ ଯୁକ୍ତ) କରିବାର ସମ୍ଭାବନା ନାହିଁ।
ଏହି ଗୋଟିଏ ଖଣି ଛାଡ଼ିବାରୁ ବୁଝାଯାଉଛି ଯେ ଏଭଳି ପ୍ରକ୍ରିୟା ଆରମ୍ଭ ମାତ୍ର ହେଲା। ଖଣିଜ ପଦାର୍ଥର ଦର ବୃଦ୍ଧି ଘଟି ନ ଥିବା ସତ୍ତ୍ୱେ ଭାରତରେ ଇସ୍ପାତ ଦର ପ୍ରବଳ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ନୂତନ ଖଣି ଆଇନ ଲାଗୁହେଲା ପରେ ମନେହେଉଛି ଯେପରି ଅଳ୍ପ କେତେକ ଧନୀ ଲୋକଙ୍କ ହାତରେ ଦେଶର ସମ୍ପୂର୍ଣ୍ଣ ପ୍ରାକୃତିକ ସମ୍ପଦ ଟେକିଦେବାର ଉଦ୍ଦେଶ୍ୟ ରହିଛି।
ଖଣି ଆଇନକୁ ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ କରୁଥିବା ବିଭିନ୍ନ କମ୍ପାନୀଙ୍କୁ ଦଣ୍ଡିତ କରିବାର କୌଣସି ବ୍ୟବସ୍ଥା ରଖାଯାଇ ନ ଥିବା ହେତୁ ଓଡ଼ିଶା ଭଳି ପ୍ରାକୃତିକ ସମ୍ପଦରେ ଭରପୂର ରାଜ୍ୟ ଆସନ୍ତା ୧ ଶତାବ୍ଦୀ ପର୍ଯ୍ୟନ୍ତ ଅଧିକରୁ ଅଧିକ ଦରିଦ୍ର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କଲା କଂଗ୍ରେସ

ଭୁବନେଶ୍ୱର,୨୧।୯: ଭରତପୁର ଥାନା କାଣ୍ଡ ପ୍ରତିବାଦରେ ଶନିବାର କଂଗ୍ରେସ ଅଣ୍ଡା ଟମାଟୋ ମାଡ଼ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବା ବେଳେ ଅଣ୍ଡା ଟମାଟୋ...

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଥାନାକୁ ଆସିବା ପୂର୍ବରୁ ମେଜର-ବାନ୍ଧବୀଙ୍କ ଭିଡିଓ ଭାଇରାଲ, କିଛି ରୋଡ୍‌ ରୋମିଓ…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାକୁ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀ ଏତଲା ଦେବାକୁ ଆସି ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦିନକୁ...

ଆମେରିକାରେ ଅଚ୍ୟୁତ ସାମନ୍ତଙ୍କ ନାମରେ ଖୋଲିବ ଗବେଷଣା କେନ୍ଦ୍ର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଆମେରିକାର ସରକାରୀ ବିଶ୍ୱବିଦ୍ୟାଳୟ ସିଟି ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କ(କ୍ୟୁନି)ରେ ଶିକ୍ଷାବିତ୍‌, ସାମାଜିକ କର୍ମୀ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନାମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri