ମାଲାବାରରେ ‘ମାଇନ ଡାଇମଣ୍ଡ ଫେଷ୍ଟିଭାଲ’

ଭୁବନେଶ୍ୱର,୧୭।୧୨ (ଅଭୟ ଦାଶ): ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସର ସ୍ବତନ୍ତ୍ର ପ୍ରଦଶନୀ ‘ମାଇନ ଡାଇମଣ୍ଡ ଫେଷ୍ଟିଭାଲ’ର ସର୍ବଭାରତୀୟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ମାଲାବାରର ସବ୍‌ବ୍ରାଣ୍ଡ୍‌ ‘ମାଇନ ଡାଇମଣ୍ଡ୍‌ସ’ର ସବୁଠାରୁ ଅଧିକ ସୂକ୍ଷ୍ମ ହୀରା କାରୁକାର୍ଯ୍ୟର ଏକ ଅତି ସୁନ୍ଦର ପ୍ରଦର୍ଶନକାରୀ ଅଳଙ୍କାର ଭାବେ ପରିଚିତ। ଏହି ପ୍ରଦର୍ଶନ ୨୦୨୪ ଜାନୁୟାରୀ ୧୪ ପର୍ଯ୍ୟନ୍ତ ମାଲାବାରର ସମସ୍ତ ଷ୍ଟୋରରେ ପ୍ରଦର୍ଶିତ ହେଉଥିବାବେଳେ ୨୦୨୪ ଜାନୁୟାରୀ ୫ରୁ ଫେବୃୟାରୀ ୧୧ପର୍ଯ୍ୟନ୍ତ ଦିଲ୍ଲୀ ଏନ୍‌ସିଆର୍‌ର ସମସ୍ତ ସହର ସମେତ ପଞ୍ଜାବ, ହରିୟାଣା ତଥା ଉତ୍ତର ପ୍ରଦେଶରେ ଅନୁଷ୍ଠିତ ହେବ। ଉକ୍ତ ଉତ୍ସବର ଅଂଶ ବିଶେଷ ଭାବେ ଗ୍ରାହକମାନେ ହୀରା ମୂଲ୍ୟ ଉପେରେ ୨୫%ର ରିହାତି ପାଇବେ। ସେହିଭଳି ପୁରୁଣା ମାଇନ ହୀରା ଅଳଙ୍କାରର ପ୍ରତି ବଦଳରେ ୧୦୦% ର ରିହାତି ମଧ୍ୟ ପାଇପାରିବେ।
ଏ ସମ୍ପର୍କରେ ମାଲାବାର ଗ୍ରୁପ୍‌ର ଅଧ୍ୟକ୍ଷ ଏମ୍‌.ପି. ଅହମ୍ମଦ କହିଛନ୍ତି, ନମନୀୟତା ତଥା ଅନନ୍ୟତାର ନିରବଚ୍ଛିନ୍ନ ଯନତ୍ଶୀଳତା ସହ ଆମେ ଆମର ପୃଷ୍ଠପୋଷକମାନଙ୍କୁ ମାଲାବାର ଗୋଲ୍ଡ ଓ ଡାଇମଣ୍ଡସର ଏହି ହୀରା ଖିତ ଅଳଙ୍କାରର ବିଶାଳ ଆଭାରକୁ ସଂଗ୍ରହ କରିଛୁ। ଏପରିକି ଅତି ସାବଧାନତାର ସହ ଖୋଦେଇ ହୋଇଥିବା ଏହି କାରୁକାର୍ଯ୍ୟ ଅତ୍ୟନ୍ତ ମନଲୋଭାକାରୀ ସୁନ୍ଦର ତଥା ଏକ ଅଭୁଲା ସ୍ବର୍ଗୀୟ ସ୍ମୃତି ସହିତ ସଂଯୋଜିତ ହୋଇଛି। ହୀରା ଖିତ ଏହାର ଅତି କ୍ଷୁଦ୍ର ଲୋଭନୀୟତା ଗଠନ ତଥା ଏହାର ମଧ୍ୟଭାଗରେ ଖିତ ହୀରା, ଦମ୍ପତିଙ୍କର ଅତି ଗଭୀର ପ୍ରେମର ପ୍ରତୀକକୁ ସାର୍ଥକ କରିପାରିଛି। ଆମର ‘ମାଇନ ଅନନ୍ୟ’ ପ୍ରଦର୍ଶନକାରୀ ସବୁଠାରୁ ଅଲଗା ହୀରା ଅଳଙ୍କାର ପ୍ରତ୍ୟେକ ବିଶେଷ ମୁହୂର୍ତ୍ତ ଉପଲକ୍ଷେ ଅତି ସତର୍କତାର ସହିତ ଏହାକୁ ପିନ୍ଧୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ପ୍ରସ୍ତୁତ କରାଯାଇଛି।

Share