ଭୁବନେଶ୍ୱର ,୬।୭ (ଅଭୟ ଦାଶ): ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡର ବହୁ ପ୍ରତୀକ୍ଷିତ ‘ଡାଇମଣ୍ଡ ’ ଶୋ ସର୍ବଭାରତୀୟ ସ୍ତରରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡର ଭୁବନେଶ୍ୱରସ୍ଥିତ ଶହୀଦନଗର ଶୋ’ରୁମ୍ରେ ମାଇନ ଡାଇମଣ୍ଡ ଶୋ’ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହି ଅବସରରେ କଣ୍ଠଶିଳ୍ପୀ ପ୍ରଜ୍ଞା ହୋତା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାଲାବାର ଶହୀଦନଗର ଶୋ’ରୁମ୍ର ବରିଷ୍ଠ ଅଧିକାରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଏହି ଶୋ ୨୦୨୪ ଜୁଲାଇ ୧୪ ପର୍ଯ୍ୟନ୍ତ ଜାରି ରହିବ। ଉକ୍ତ ଶୋ ଉଭୟ ବିକ୍ରୟ ଓ ପ୍ରଦର୍ଶନୀ ପାଇଁ ଉପଲବ୍ଧ ଥିଲାବେଳେ ଗ୍ରାହକ ଶୋ’ ଜରିଆରେ ମାଲାବାରର ପ୍ରମିୟିମ ହୀରା କଲେକ୍ସନ ସାଙ୍ଗକୁ ଅନ୍ୟାନ୍ୟ ମୂଲ୍ୟବାନ୍ ଗହଣା ଓ ଡିଜାଇନ ମଧ୍ୟ ସଂଗ୍ରହ କରିପାରିବେ।