Categories: ବାଣିଜ୍ୟ

ମାଲାବାରରେ ‘ମାଇନ ଡାଇମଣ୍ଡ ଶୋ’

ଭୁବନେଶ୍ୱର,୧୩।୧୦: ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଶହୀଦନଗର ଷ୍ଟୋର ପରିସରରେ ‘ମାଇନ ଡାଇମଣ୍ଡସ ଶୋ’ର ଶୁଭାରମ୍ଭ ହୋଇଯାଇଛି। ଏହି ଶୋ’ ଅକ୍ଟୋବର ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ରହିବ। ରାଜ୍ୟ ସଭା ସଦସ୍ୟା ସୁଲତା ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ଶୋ’ର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହୁଇସ ଫାଉଣ୍ଡେଶନର ଅଧ୍ୟକ୍ଷା ଅନୁଶ୍ରୁତା ସିଂହଦେଓ, ଶହୀଦନଗର ଷ୍ଟୋର ହେଡ୍‌ ଆଶ୍‌ନାଫ୍‌ଙ୍କ ସମେତ ଷ୍ଟୋରର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଏହି ୫ ଦିନିଆ ସ୍ବତନ୍ତ୍ର ପ୍ରଦର୍ଶନୀ ଓ ବିକ୍ରୟ କାର୍ଯ୍ୟକ୍ରମରେ ମାଲାବାର ଏକ୍ସକ୍ଲୁସିଭ ଓ ବିସ୍ତୃତ ହୀରା ଡିଜାଇନର ବ୍ରାଇଡାଲ୍‌, ସଲିଟାୟାର, ଦୈନନ୍ଦିନ ସଂଗ୍ରହ, ଉତ୍ସବ ହାର, ପୁରୁଷ ଅଳଙ୍କାର ଏବଂ ପ୍ଲାଟିନମ୍‌ ଅଳଙ୍କାର ଆଦି ସାମିଲ ରହିଛି। ଏହାର ଓ୍ବାନ୍‌ ଇଣ୍ଡିଆ ୱାନ୍‌ ଗୋଲ୍ଡ ରେଟ୍‌ ଅଭିଯାନ ଅଧୀନରେ ଭାରତର ସମସ୍ତ ମାଲାବାର ଷ୍ଟୋରରେ ଗ୍ରାହକଙ୍କୁ ସର୍ବୋତ୍ତମ ସୁବିଧା ଓ ସେବା ଯୋଗାଇ ଦିଆଯାଉଛି। ସେହିଭଳି ଏହାର ସମସ୍ତ ଅଳଙ୍କାର ଆଇଜିଆଇ ସାର୍ଟିଫିକେଟ୍‌ ସହ କ୍ରୟ ବ୍ୟାକ୍‌ ଗ୍ୟାରେଣ୍ଟି ପରି ମୂଲ୍ୟଯୁକ୍ତ ସେବା ଏବଂ ଆଜୀବନ ସୁନିଶ୍ଚିତ ରକ୍ଷଣାବେକ୍ଷଣ ସହ ଏକ ବର୍ଷର ନିଶ୍ଚିତ ବୀମା ସୁବିଧା ପ୍ରଦାନ କରାଯାଉଛି ବୋଲି ମାଲାବାରର ଓଡ଼ିଶା ବାଣିଜ୍ୟ ମୁଖ୍ୟ ସିଦ୍ଧେଶ୍ୱର ରଥ ମତବ୍ୟକ୍ତ କରିଛନ୍ତି।

Share