Categories: ବାଣିଜ୍ୟ

୨ରୁ ୩ ବର୍ଷରେ ୫୦୦ ଖଣିଜ ବ୍ଲକ ନିଲାମ ହେବ

ନୂଆଦିଲ୍ଲୀ: ଆଗାମୀ ୨ରୁ ୩ ବର୍ଷ ମଧ୍ୟରେ ସାରା ଦେଶରେ ପ୍ରାୟ ୫୦୦ ଖଣିଜ ବ୍ଲକ ନିଲାମ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ଖଣି ଖନନ ପ୍ରକ୍ରିୟାରେ ସୁଧାର ଆଣିବା ଲାଗି ସରକାର ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି। ଏହି ଯୋଜନାକୁ ଆଗାମୀ ଗୋଟିଏ ମାସ ମଧ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ରହିଛି। କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲାଦ ଯୋଶୀ କହିଛନ୍ତି ଯେ, ପ୍ରସ୍ତାବିତ ସୁଧାର ପ୍ରକ୍ରିୟାରେ ଏମ୍‌ଏମ୍‌ଡିଆର୍‌ ଆଇନ ମଧ୍ୟ ସାମିଲ ରହିଛି। ସୁଧାର ପ୍ରକ୍ରିୟା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେଲେ ଆଗାମୀ ୩ ବର୍ଷରେ ୫୦୦ ଖଣି ଖନନ ଲାଗି ସୁବିଧା ହେବ। ସୂଚନା ଯୋଗ୍ୟ କେନ୍ଦ୍ର ସରକାର ଆତ୍ମ ନିର୍ଭର ଭାରତ ଯୋଜନାରେ ଖଣିଜ କ୍ଷେତ୍ରରେ ଘରୋଇ ନିବେଶକୁ ବଢାଇବା ଦିଗରେ ବିଭିନ୍ନ କାର୍ଯ୍ୟ କରୁଛନ୍ତି। ଏହାକୁ ଧ୍ୟାନରେ ରଖି ବିଭିନ୍ନ ସୁଧାର ପ୍ରକ୍ରିୟା ହାତକୁ ନିଆଯାଉଛି।

Share